Categories: ଜାତୀୟ

ଆସନ୍ତାବର୍ଷ ପୁଣି ଆସିବି: ଲାଲକିଲାରୁ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୯୦ ମିନିଟରୁ ଅଧିକ ସମୟ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଏବଂ ମଣିପୁର ବିଷୟରେ କହିଛନ୍ତି। ଏଥିସହିତ ରାଜନୈତିକ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସମ୍ବୋଧନର ଶେଷ ଭାଗରେ ସେ ୨୦୨୪ରେ ପୁଣି ଥରେ ଫେରିବା ବିଷୟରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ଅଗଷ୍ଟ ୧୫ରେ ଏହି ଲାଲକିଲାରୁ ମୁଁ ଦେଶର ଉପଲବ୍ଧତା, ଏହାର ସଫଳତା ଏବଂ ଗୌରବ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବି।
ପ୍ରଥମ କାର୍ଯ୍ୟକାଳ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ରେ ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ପରିବର୍ତ୍ତନ ଆଣିବି ଏବଂ ମୋ ପରିବାରର ୧୪୦ କୋଟି ସଦସ୍ୟ ମୋତେ ବିଶ୍ୱାସ କଲେ ଏବଂ ମୁଁ ସେହି ବିଶ୍ୱାସକୁ ପୂରଣ କରିବାକୁ ଚେଷ୍ଟା କରିଛି।

 

Share