Categories: ଜାତୀୟ

ମଣିପୁରରେ ଶାନ୍ତି ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଛନ୍ତି। ହିଂସା ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଛନ୍ତି। ହଜାରେ ବର୍ଷର ଦାସତ୍ୱ ବିଷୟରେ ଉଲ୍ଲେଖ କରି ସେ ପରବର୍ତ୍ତୀ ୧୦୦୦ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ପୂରା ସମ୍ବୋଧନ ବେଳେ ଦେଶବାସୀଙ୍କ ବଦଳରେ ପରିବାର ସଦସ୍ୟ ବ୍ୟବହାର କରିଛନ୍ତି।

 

Share