Categories: ଜାତୀୟ

ସ୍ବାଧୀନତା ଦିବସକୁ ନେଇ ଦିଲ୍ଲୀରେ ବଢାଗଲା ସୁରକ୍ଷା ବ୍ୟବସ୍ଥା: ଲାଲକିଲା, ରାଜଘାଟର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୧୦।୮: ସ୍ବାଧୀନତା ଦିବସକୁ ନେଇ ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ଅଛି। ଏହା ସହିତ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କଠୋର ପଦକ୍ଷେପ ନିଆଯାଉଛି। ଏଭଳି ପରିସ୍ଥିତିରେ, କୌଣସି ଘଟଣାର ମୁକାବିଲା କରିବା ପାଇଁ ରାଜଘାଟ, ଆଇଟିଓ ଏବଂ ଲାଲ କିଲାର ଆଖପାଖଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। କେବଳ ଏତିକି ନୁହେଁ, ଦିଲ୍ଲୀର ସୀମା ଅଞ୍ଚଳରେ ପ୍ରବେଶ କରୁଥିବା ଯାନବାହାନର ଯାଞ୍ଚ କାର୍ଯ୍ୟକୁ ମଧ୍ୟ ପୋଲିସ କଡାକଡି କରିଛି।

ଅନ୍ୟପକ୍ଷରେ ଡେପୁଟି କମିଶନର(କେନ୍ଦ୍ରୀୟ) ଟୁଇଟ କରି ସୂଚନା ଦେଇଛନ୍ତି ଯେ, ସ୍ବାଧୀନତା ଦିବସସ୍‌କୁ ଦୃଷ୍ଟିରେ ରଖି ରାଜଘାଟ, ଆଇଟିଓ ଏବଂ ଲାଲକିଲାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ, ଏହି ଅଞ୍ଚଳରେ କୌଣସି ସମାବେଶକୁ ଅନୁମତି ନାହିଁ।

 

 

 

Share