Advertisement
Categories: ଜାତୀୟ

ସ୍ବାଧୀନତା ଦିବସ ପୂର୍ବରୁ ଲୋକଙ୍କୁ ସ୍ବତନ୍ତ୍ର ଅପିଲ କଲେ ପ୍ରଧାନମନ୍ତ୍ରୀ, ବଦଳାଇଲେ ଡିପି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ରବିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକ୍ଚର(ଡିପି) ବଦଳାଇଛନ୍ତି। ସେ ନିଜର ଫେସବୁକ ଏବଂ ଟୁଇଟର ପୃଷ୍ଠାରେ ତ୍ରୀରଙ୍ଗାର ଫଟୋ ଥିବା ଡିପି ଲଗାଇଛନ୍ତି। ଏଥିସହ ଦେଶବାସୀଙ୍କୁ ମଧ୍ୟ ଏଭଳି କରିବାକୁ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଦେଶ ସହ ନିଜର ସମ୍ପର୍କକୁ ଆହୁରୀ ମଜଭୂତ ଏବଂ ଗଭୀର କରିବା ଲାଗି ମାର୍ଗରେ ସହଯୋଗ କରନ୍ତୁ। ଆସନ୍ତୁ ହର ଘର ତ୍ରିରଙ୍ଗା ଆନ୍ଦୋଳନରେ ସାମିଲ ହୋଇ ଚାଲନ୍ତୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଳାଇବା।

କହିରଖୁଛୁ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ଗତ ବର୍ଷ ୨୨ ଜୁଲାଇରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଥିଲେ। ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ଚଳିତ ବର୍ଷ ୧୩ରୁ ୧୫ ଅଗଷ୍ଟ ଯାଏ ‘ହର ଘର ତ୍ରିରଙ୍ଗା ଆନ୍ଦୋଳନରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share