Categories: ଜାତୀୟ

୭୭ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଦୋହରାଇଲେ ବିକଶିତ ଭାରତର ସଂକଳ୍ପ

ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ଦେଶ ସ୍ବାଧୀନତା ପାଇଁ ନିଜ ଜୀବନ ଦେଇଥିବା ଅମର ଶହୀଦମାନଙ୍କୁ ଆଜିର ଦିନରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୭୭ ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟୁଇଟର)ରେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା। ଆସ, ଏହି ଐତିହାସିକ ଅବସରରେ, ଅମୃତକାଳରେ ଏକ ବିକଶିତ ଭାରତର ସଂକଳ୍ପକୁ ଦୃଢ କରିବା। ଜୟ ହିନ୍ଦ!

ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ସକାଳ ୭ଟା ୩୦ରେ ରେଡ ଫୋର୍ଟର ପ୍ରାଚିରରୁ ତ୍ରିରଙ୍ଗା ଉଡାଇବେ। ଏହା ପରେ ସେ ପରମ୍ପରା ଅନୁଯାୟୀ ଦେଶକୁ ସମ୍ବୋଧିତ କରିବେ। ୧୫ଅଗଷ୍ଟରେ ଲାଲ କିଲାରୁ ଏହା ମୋଦିଙ୍କ କ୍ରମାଗତ ଦଶମ ସମ୍ବୋଧନ ହେବ।
ରେଡ ଫୋର୍ଟରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଶର ୧୮୦୦ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛ। ଏଥି ମଧ୍ୟରେ ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନା ସହିତ ଜଡିତ ବ୍ୟକ୍ତି, ପ୍ରଧାନ ମନ୍ତ୍ରୀ କିଷାନ ସାମ୍ମନ ନିଧି ଯୋଜନା, ପ୍ରଧାନ ମନ୍ତ୍ରୀ କୌଶଲ ବିକାଶ ଯୋଜନା, ନୂତନ ସଂସଦ ଗୃହ ସମେତ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ନିର୍ମାଣ ଶ୍ରମିକ ଅନ୍ତର୍ଭୁକ୍ତ।

Share