Advertisement

କରୋନା କଟକଣା ଯୋଗୁ ପାଟଣା ବ୍ଲକରେ ନିରାଡମ୍ବରେ ପାଳିତ ହେଲା ସ୍ବାଧୀନତା ଦିବସ

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଶନିବାର ୭୪ତମ ସ୍ବାଧୀନତା ଦିବସ କରୋନା କଟକଣା ଯୋଗୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିୟମ୍‌ଠାରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ଜାତିକୁ ଭଲ ପାଇବାର ଭାବନା ନାଗରିକଙ୍କ ମଧ୍ୟରେ ଉଦ୍ରେକ ହେବା ଦରକାର ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ସାମାଜିକ କର୍ମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ପାଟଣା ବିଧାୟକ ଜଗନ୍ନାଥ ନାୟକ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ ପ୍ରମୁଖ ଯୋଗ ଦେଇଥିଲେ। ତହସିଲରେ ତହସିଲଦାର ଶିବପ୍ରସାଦ ମୁର୍ମୁ, ବ୍ଲକରେ ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା .ଚିତ୍ତରଞ୍ଜନ ନାଏକ, ଥାନାରେ ଥାନାଧିକାରୀ ସୋମନାଥ ଜେନା, ତୁରୁମୁଙ୍ଗା ଥାନାରେ ଥାନାଧିକାରୀ ବରେନ୍ଦ୍ର କୁମାର ଶିଆଳ, ପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ତ୍ରିପାଠୀ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel