ପୁରୀରେ ସ୍ବାଧୀନତା ଦିବସ: ଅଭିବାଦନ ଗ୍ରହଣ କଲେ ଜିଲାପାଳ

ପୁରୀ ଅଫିସ,୧୫।୮: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆଜି ୭୪ତମ ସୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କରୋନା ମହାମାରୀ କାରଣରୁ କେବଳ ପୋଲିସ ବାହିନୀର ଦୁଇଟି କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ଦିବସରେ ପରେଡ ଉତ୍ସବକୁ ସଂକୁଚିତ କରିବା ପାଇଁ ହୋମଗାର୍ଡ ବାହିନୀ ଓ ବିଭିନ୍ନ କଲେଜ ତଥା ସ୍କୁଲର ଏନ୍‌ସିସି ଛାତ୍ର ଛାତ୍ରୀ, ସ୍କାଉଟ ଓ ଗାଇଡ଼

କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିବାରୁ ବାଦ ପଡିଥିଲେ। ନିରାଡ଼ମ୍ବର ଭାବେ ଜିଲାପାଳ ପରେଡ଼ ଗ୍ରାଉଣ୍ଡରେ ୯ଟା ୧୫ରେ ଯୋଗ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏସ୍‌ପି ଅଖିଳେଶର ସିଂ ଉପସ୍ଥିତ ଥିଲେ। ଜିଲାପାଳ ସମ୍ବୋଧନ କରିବା ଅବସରରେ ପୁରୀର ପୂଜ୍ୟପୂଜା ମାନଙ୍କ ଦେଶପ୍ରେମ ଏବଂ ସମାଜ ସଂସ୍କାର ଉପରେ ଆଲୋକପାତ କରାଇଥିଲେ। ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାମିଲ କରାଯାଇ ନ ଥିଲା। ଏହି ଅବସରରେ କରୋନା ଯୋଦ୍ଧା ଯଥା ଅନେକ ଆଶା କର୍ମୀ, ଅଙ୍ଗନବାଡ଼ିକର୍ମୀ, ଏଏନ୍‌ଏମ୍‌ , ଡାକ୍ତର, ପୋଲିସ ଅଧିକାରୀମାନଙ୍କୁ ଫୁଲ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏମିତି କିଜିଲାରେଲ ପ୍ରଥମେ ପ୍ଲାଜମା ଦେଇଥିବା ଜଣେ ସମାଜସେବୀଙ୍କୁ ମଧ୍ୟ ଫୁଲତୋଡା ଦେଇ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସ୍ବାଧୀନତା ଦିବସ ଅବସରରେ ଜିଲାପାଳ ସିଂ ଜିଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।