Categories: ଜାତୀୟ

ଅଗଷ୍ଟ ୧୫ରେ ଲାଲକିଲ୍ଲାର ଚିତ୍ର ରହିବ ଏମିତି

ନୂଆଦିଲ୍ଲୀ,୨୪।୭: କରୋନା ମହାମାରୀ ଯୋଗୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋଗ ଲଗାଇ ଦିଆଯାଇଛି। କରୋନା ସମୟରେ ଆଗକୁ ସ୍ବାଧୀନତା ଦିବସ ଆସୁଥିବାରୁ ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏଥର ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିବ। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ଅଧିକ ସଂଖ୍ୟାରେ ଅତିଥି ଏବଂ ସ୍କୁଲ ପିଲା ସାମିଲ ହେବେ ନାହିଁ। ଗୃହମନ୍ତ୍ରଣାଳୟର ଗାଇଡଲାଇନ୍‌ ମୁତାବକ, ଏଥର ଅଗଷ୍ଟ ୧୫ରେ ଖୁବ୍‌ କବ୍‌ ଲୋକଙ୍କ ନିମନ୍ତ୍ରଣ ଦିଆଯାଇଛି। ସ୍କୁଲ ପିଲାଙ୍କୁ ଡକାଯିବ ନାହିଁ। ଲାଲକିଲ୍ଲାକୁ ଆସିବାକୁ ଥିବା ଅତିଥି ମାସ୍କ ପିନ୍ଧିବା ଜରୁରୀ। ସାମାଜିକ ଦୂରତା ବଜାୟ ପାଇଁ ୨ ମିଟର ଦୂରରେ ଚେୟାର ପକାଯିବ। ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥବବା ପୋଲିସ ପିପିଇ କିଟ୍‌ ପିନ୍ଧି ବୋଲି ଜଣାପଡିଛି। ଏଥର ପାଖାପାଖି ୨୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Share