ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସ୍ବାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ଆସିଷ୍ଟାଣ୍ଟ ସେସନ୍‌ ଜଜ ଶରତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ପୂଜାପ୍ରିୟଦର୍ଶନୀ ପତି ଉପସ୍ଥିତ ଥିଲେ।

ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଉପେନ୍ଦ୍ର ପଣ୍ଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ସିମାଞ୍ଚଳ ମିଶ୍ର ଏବଂ ସମସ୍ତ ଓକିଲ ଉପସ୍ଥିତ ଥିଲେ। ଏସ୍‌ଡିପିଓ ଅଫିସରେ ଏସ୍‌ଡିପିଓ ରଜନିକାନ୍ତ ସାମଲ, ଥାନାରେ ଆଇଆଇସି ସମୀରକୁମାର ରାଉତ, ପ୍ରେସ କ୍ଲବରେ ଆବାହକ ତଥା ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, ହିନ୍ଦୀ ପ୍ରଚାର ସଭାରେ କୁଳ ସଚିବ ତଥା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ କୁମାର ରଥ, ଏନ୍‌ଏସିରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ବ୍ଲକ କାର୍ଯ୍ୟାଳୟରେ ବିଡିଓ ବିଜୟ କୁମାର ବେହେରା, ତହସିଲରେ ତହସିଲଦାର ସନ୍ତୋଷ କୁମାର ସାହୁ ପ୍ରମୁଖ ପତାକାକୁ ଉତ୍ତୋଳନ କରିଥିଲେ। ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲଗୁଡିକରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏପରିକି ପ୍ରତ୍ୟେକ ସାହି ବସ୍ତିର ସମସ୍ତଙ୍କ ଘରେ ଜାତୀୟ ପତାକା ଲଗାଯାଇଥିଲା।