ପୁରୁଷୋତ୍ତମପୁରରେ ସ୍ବାଧୀନତା ଦିବସ: ଜାଣନ୍ତୁ କେଉଁଠି କିଏ କଲେ ପତାକା ଉତ୍ତୋଳନ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୪ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏବଂ ଓକିଲ ସଂଘ କାର୍ଯ୍ୟାଳୟରେ ବିଚାରପତି ଦିଲ୍ଲୀପ କୁମାର ବାରିକ ପତାକା ଉତ୍ତୋଳନ କରିଛନ୍ତି। ଏହା ସହ ଓକିଲ ସଂଘ ସମ୍ପାଦକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କାର୍ଯ୍ୟକରିଣୀ ସଭ୍ୟ ଉପେନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ ଓକିଲ ଯୋଗଦେଇ ଥିଲେ।
ସେହିପରି ଏସ୍‌ଡିପିଓଙ୍କ ଅଫିସରେ ଏସ୍‌ଡିପିଓ ସୀମା ସ୍ବାଇଁ, ଏନ୍‌ଏ ସିରେ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ବ୍ଲକରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ତାରାତାରିଣୀ କଲେଜରେ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ ପତାକା ଉତ୍ତୋଳନ କରିଛନ୍ତି। ଏହିଭଳି ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ସ୍ବାଧୀନତା ଦିବସ ପାଳିତ ହୋଇଛି।

Share