Advertisement

କରୋନା କଟକଣା ଭିତରେ ଜି.ଉଦୟଗିରିରେ ଉଡିଲା ତ୍ରିରଙ୍ଗା

ଜି.ଉଦୟଗିରି,୧୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ହବାକ ହାଇସ୍କୁଲ ଖେଳ ପଡିଆରେ ଶନିବାର ନିରାଡ଼ମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଡିଓ ତଥା ଭାରପ୍ରାପ୍ତ ଅତିରିକ୍ତ ଉପଜିଲାପାଳ ଶାନ୍ତନୁ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୋଷ୍ଠୀ ଜନସାସ୍ଥ୍ୟ ଅଧିକାରୀ ଡାକ୍ତର ଶକ୍ତିକାନ୍ତ ମଲ୍ଲିକ, ପୋଲିସ ଆଇଆଇସି ନରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏନଏସି କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧିକାରୀ ସତ୍ୟପ୍ରକାଶ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସେପରି ବ୍ୟବସାୟୀ ସଂଘ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ମଧ୍ୟ ସାଧୀନତା ଦିବସ ପାଳନ କରାଯାଇ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସାମାଜିକ ଦୂରତ୍ୱ ରଖି ମାକ୍ସ ପିନ୍ଧି ସର୍ବାଧିକ ଦଶ ଜଣଙ୍କ ଉପସ୍ଥିତ ରେ ପାଳନ କରାଯାଇଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel