ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ

ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର ଉତ୍ସବ ପରେଡ ଶୋକରେ ପରିଣତ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ କର୍ଡନ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ନାହିଁ। ଗୁଳି ଶବ୍ଦ ଶୁଣି ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ଦୌଡିବା ଆରମ୍ଭ କରିଥିଲେ। ସବୁଆଡେ ଚିତ୍କାର ଶବ୍ଦ ଶୁଭୁଥିଲା।
ଆମେରିକୀୟ ସମୟ ଅନୁଯାୟୀ, ସକାଳ ପ୍ରାୟ ୧୦ଟା ସମୟରେ ଇଲିନୋଇସର ଚିକାଗୋର ହାଇଲ୍ୟାଣ୍ଡ ପାର୍କରେ ସ୍ବାଧୀନତାର ପରେଡ ଚାଲିଥିଲା। ସବୁକିଛି ସ୍ବାଭାବିକ ଥିଲା। କିନ୍ତୁ ସେତେବେଳେ ହଠାତ୍‌ ଜୁଳି ଶବ୍ଦ ଶୁଭିଥିଲା। ତେବେ ହଠାତ୍‌ ପରେଡ ବନ୍ଦ ହୋଇଯାଇଥିଲା। ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସନ୍ଦିଗ୍ଧ ଅଞ୍ଚଳକୁ ସିଲ କରି ଖୋଜା ଚାଲିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି।

Share