Posted inUncategorized

ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ?

ପାଟନା,୧୩।୭: ଶନିବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ଆସିଛି। ଏଥିରେ ବିହାରର ରୁପୌଲି ଆସନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି। କାରଣ ଏଥିରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂହ ଏନ୍‌ଡିଏ ଏବଂ ଇଣ୍ଡିଆ ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ପରାଜିତ କରିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ଟିକେଟରେ ଜିତିଥିବା ବୀମା ଭାରତୀଙ୍କ ଇସ୍ତଫା ପରେ ରୁପୌଲି ଆସନ ଖାଲି ପଡ଼ିଥିଲା। ସେ ଆର୍‌ଜେଡିରେ ସାମିଲ ହୋଇ ପୁର୍ନିଆ ଲୋକ ସଭା ଆସନରୁ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏହି ବିଧାନସଭା ଉପନିର୍ବାଚନରେ ମଧ୍ୟ ତାଙ୍କୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ପୁଣି ଥରେ ନିର୍ବାଚନ ଲଢ଼ିଥିବା ବୀମା ଭାରତୀଙ୍କୁ ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଛି। ଚକିତ କଲା ଭଳି ଖବର ଏହା ଯେ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ଜୋର ଲଗାଇବା ପରେ ମଧ୍ୟ ତାଙ୍କ ପ୍ରାର୍ଥୀ ଶଙ୍କର ସିଂଙ୍କୁ ପରାଜିତ କରିପାରି ନ ଥିଲେ।

ଶଙ୍କର ସିଂ ୨୦୦୫ ବିଧାନସଭା ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି ଟିକେଟରେ ରୂପୌଲି ଆସନରୁ ବିଜେତା ହୋଇଥିଲେ। ସେ ବିହାର ଲିବରେଶନ ଆର୍ମିର କମାଣ୍ଡର ଥିଲେ। ୨୦୦୦ରେ ଦକ୍ଷିଣ ବିହାର ଲିବରେଶନ ଆର୍ମିର ସଂସ୍ଥାପକ ବୁଟନ ସିଂଙ୍କୁ ହତ୍ୟା କରିବା ପରେ ଶଙ୍କର ତାଙ୍କ ଦାୟିତ୍ୱ ନିଜ ହାତକୁ ନେଇଥିଲେ। ଏହି ସଂଗଠନକୁ ରାଜପୁତ ମିଲିସିଆ ମଧ୍ୟ କୁହାଯାଇଥାଏ। ଶଙ୍କରଙ୍କ କାର୍ଯ୍ୟକାଳ ସମୟରେ ଏହି ସଂଗଠନ ଉପରେ ଲୋକଙ୍କୁ ଡରାଇବା-ଧମକାଇବା ଏବଂ ବୁଥ ରେଗିଂ ଭଳି ଅଭିଯୋଗ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୧୭।୧୦: ପ୍ରେମରେ ହୃଦୟ ହାରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକା ଲମ୍ବା। ହେଲେ ସେମାନଙ୍କ ମଧ୍ୟରେ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତା ମହିଳାଙ୍କ...

ଦାଦନ ଦୂର ପାଇଁ ଟାସ୍କଫୋର୍ସ

ଭୁବନେଶ୍ୱର,୧୫।୧୦(ଅନିଲ ଦାସ):ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ଭାବରେ ଆଲୋଚନା...

ଏକନାଥ ଶିନ୍ଦେଙ୍କ ହାତ ଛାଡି ଦେବେ କି ଅଜିତ ପାୱାର! ଏନସିପି ନେତାଙ୍କ ବୟାନକୁ ନେଇ…

ମୁମ୍ବାଇ,୧୪।୧୦: ଅଜିତ ପାୱାର ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଏକନାଥ ଶିନ୍ଦେଙ୍କ ହାତ ଛାଡି ଦେବେ କି? କିମ୍ବା ଚାପ ସୃଷ୍ଟି କରିବା ପାଇଁ ଏହା ଏକ...

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା

ଭୁବନେଶ୍ୱର, ୫।୧୦(ସୁନିତ୍‌ ମିଶ୍ର):ନିକଟରେ ଓଡ଼ିଶା ରାଜଭବନରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ...

ନେତାନ୍ୟାହୁ ବାଥରୁମରେ ଲୁଚାଇଥିଲେ ରେକର୍ଡ଼ିଂ ଡିଭାଇସ୍: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୪ା୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦାବି କରିଛନ୍ତି ଯେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟବହାର କରିବା ପରେ ତାଙ୍କ ବ୍ୟକ୍ତିଗତ ବାଥରୁମରେ...

ବଡ଼ ଧରଣ ବିସ୍ଫୋରଣ: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ଶ୍ରମିକ ଗୁରୁତର

ଭୁବନେଶ୍ୱର,୨୭।୯: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଦୌଡ଼ି ଯାଇ କୋହଲିଙ୍କ ପାଦ ଛୁଇଁଲେ ଗ୍ରାଉଣ୍ଡ୍‌ସମ୍ୟାନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରରେ ଖେଳାଯାଉଛି। ପ୍ରଥମ ଦିନରେ ଖରାପ ପାଗ ହେତୁ କେବଳ ୩୫ ଓଭର ଖେଳାଯାଇଥିଲା। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri