Categories: ଖେଳ

ଇଣ୍ଡିପେଣ୍ଡେଣ୍ଟ କ୍ଲବ ଚାମ୍ପିୟନ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଫାଓ ଲିଗ୍‌ ସିଲଭର ଗ୍ରୁପ୍‌ର ଫାଇନାଲ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଣ୍ଡିପେଣ୍ଡେଣ୍ଟ କ୍ଲବ ୪-୦ ଗୋଲରେ ସନ୍‌ସାଇନ୍‌ କ୍ଲବକୁ ହରାଇ ଚାମ୍ପିୟନ ହୋଇଛି। ବିଜୟୀ ଦଳ ପକ୍ଷରୁ ପ୍ରକାଶ ନାଏକ ୫ ଓ ୩୦ ଏବଂ ଚନ୍ଦନ ନାୟକ ୬୪ ଓ ୭୪ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଚାମ୍ପିୟନ ହେବାଦ୍ୱାରା ଇଣ୍ଡିପେଣ୍ଡେଣ୍ଟ କ୍ଲବ ଫାଓ ସୁପର କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ସୁପର କପ୍‌ ଗୁରୁବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ ୨ଟି ମ୍ୟାଚ ଅନୁଷ୍ଠିତ ହେବ। ଗୋଟିଏ ମ୍ୟାଚରେ ରାଧା ରମଣ କ୍ଲବ ଓ କିଶୋର କ୍ଲବ ଏବଂ ଅନ୍ୟଟିରେ ସ୍ପୋଟର୍‌ସ ଓଡ଼ିଶା ଓ ଜୟ ଦୁର୍ଗା କ୍ଲବ ପରସ୍ପରକୁ ଭେଟିବେ।

Share