ଦଳୀୟ ପ୍ରାର୍ଥୀଙ୍କୁ ଜବାବ ଦେବେ ସ୍ବାଧୀନ

ନିମାପଡ଼ା,୩୦।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକର ୧୮, ୧୯, ୨୦ ଓ ୨୧ନଂ. ଆଦି ୪ ଜିଲା ପରିଷଦ ଜୋନ୍‌ ନିମନ୍ତେ ମୋଟ୍‌ରେ ୧୮ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ବ୍ଲକର ୩୨ ପଞ୍ଚାୟତରେ ୩୨ଟି ସରପଞ୍ଚ ପଦବୀ ନିମନ୍ତେ ୧୦୦ଜଣ ସରପଞ୍ଚ ପ୍ରାର୍ଥୀ, ୩୨ ସମିତିସଭ୍ୟ ପଦବୀ ଲାଗି ୯୩ଜଣ ପ୍ରାର୍ଥୀ, ୪୮୧ ଓ୍ବାର୍ଡସଭ୍ୟ ପଦବୀ ପାଇଁ ୯୦୭ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଲଢ଼େଇ କରୁଥିବା ବେଳେ ୮୮ଜଣ ଓ୍ବାର୍ଡସଭ୍ୟ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ପ୍ରତି ପଞ୍ଚାୟତର ଗଁାଗଣ୍ଡା, ସାହିବସ୍ତିରେ ନିର୍ବାଚନୀ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ସମର୍ଥତ୍ତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସମେତ ବିଭିନ୍ନ ଦଳରୁ ଟିକେଟ ପାଇବାରୁ ବଞ୍ଚତ୍ତ ହୋଇଥିବା ବିଦ୍ରୋହୀମାନେ ସ୍ବାଧୀନ ପ୍ରାର୍ଥୀ ହୋଇ ଦଳୀୟ ନେତାଙ୍କୁ ଉଚିତ ଜବାବ ଦେବା ଲକ୍ଷ୍ୟରେ ନିଜ ସମର୍ଥକଙ୍କୁ ନେଇ ଘର ଘର ବୁଲି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରୁଥିତ୍ବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଦଳ ଭିତରେ ଗୋଷ୍ଠୀ କନ୍ଦଳ, ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରିଥିବା କର୍ମୀ ଓ ପ୍ରାର୍ଥୀମାନଙ୍କୁ ସମର୍ଥନ କରୁଥିବା ପଞ୍ଚାୟତସ୍ତରୀୟ ନେତୃବୃନ୍ଦ ସେମାନଙ୍କୁ ବୁଝାଶୁଝା କରି ମନାଇ ଦଳୀୟ ସମର୍ଥତ୍ତ ପ୍ରାର୍ଥୀମାନଙ୍କ ସପକ୍ଷରେ କାର୍ଯ୍ୟ କରିବାକୁ ବିଜେଡି ଓ ଭାଜପାର ବରିଷ୍ଠ ନେତାମାନେ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ଏବେ ବିଭିନ୍ନ ରାଜନୈତିକ ଦଳର ସମର୍ଥତ୍ତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ସ୍ବାଧୀନ ଓ ବିଦ୍ରୋହୀ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ଗଁା ଗଁା, ଘର ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ବିଜେଡି, ଭାଜପା ଓ କଂଗ୍ରେସ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କ ପକ୍ଷରୁ ସେପରି ଆଖିଦୃଶିଆ ପ୍ରଚାର ଅଭିଯାନ ହୋଇନାହିଁ।

Share