ନୂଆଦିଲ୍ଲୀ,୨୧ ।୧୦: କରୋନା ମହାମାରୀକୁ ଦୂରେଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ କାର୍ଯ୍ୟକ୍ରମ ଇତିହାସ ରଚିଛି । ଜାନୁୟାରୀ ୧୬ରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅକ୍ଟୋବର ଶେଷ ଅର୍ଥାତ୍ ୨୧ ତାରିଖ ସୁଦ୍ଧା ଏହା ୧୦୦ କୋଟି ଅତିକ୍ରମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଦେଶର ପ୍ରାୟ ସବୁ ରାଜ୍ୟରେ ଟିକାକରଣ ଠିକ୍ ଚାଲିଥିବା ବେଳେ କିଛି ରାଜ୍ୟ କିନ୍ତୁ ଦ୍ରୁତ ଗତିରେ ଏହି ଟିକାକରଣରେ ସାମିଲ ହୋଇ ଏବେ ଟପ୍ ୧୦ ତାଲିକାରେ ଗଣା ଯାଉଛନ୍ତି । ମିଳିଥିବା ସୂଚନା ଅନୁାୟୀ ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଉତ୍ତର ପ୍ରଦେଶ, ଏହା ପଛକୁ ମହାରାଷ୍ଟ୍ର ଓ ୩ ନମ୍ବରରେ ରହିଛି ପଶ୍ଚିମବଙ୍ଗ । ଏହା ପରେ ପରେ ଗୁଜରାଟ, ମଧ୍ୟପ୍ରଦେଶ, ବିହାର, କର୍ନାଟକ, ରାଜସ୍ଥାନ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଏହି ଟପ୍ ୧୦ ତାଲିକାରେ ସ୍ଥାନ ପାଇଥିବା କୁହାଯାଏ ।