Categories: ଖେଳ

ଛିଡ଼ା ହୋଇଛନ୍ତି ରୋହିତ-ପୂଜାରା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନର ଉଭୟ ସେସନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରାଜୁତି କରିଛନ୍ତି। ଶତକ ହାସଲକାରୀ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା (୪୮)ଙ୍କ ଅବିଭାଜିତ ଯୋଡ଼ି ଯୋଗୁ ଶନିବାର ଚା’ ପାନ ବିରତି ସୁଦ୍ଧା ଭାରତ ୧ ଉଇକେଟ ହରାଇ ୧୯୯ ରନ୍‌ କରିଛି। ଦଳ ଏବେ ଇଂଲଣ୍ଡ ଠାରୁ ୧୦୦ ରନ୍‌ ଆଗରେ ଥିବା ବେଳେ ହାତରେ ବାକି ଅଛି ୯ ଉଇକେଟ।

ଶନିବାର ସକାଳୁ ସକାଳୁ ସ୍ଲିପ୍‌ ଅଞ୍ଚଳରେ ଜୀବନଦାନ ପାଇଥିବା ରୋହିତ କ୍ୟାରିୟରର ୮ମ ଟେଷ୍ଟ ଶତକ ହାସଲ କରିଛନ୍ତି। ଏହା ଇଂଲଣ୍ଡ ତଥା ବିଦେଶରେ ରୋହିତଙ୍କ ପ୍ରଥମ ଶତକ। ତାଙ୍କ ସାଥିରେ ଛିଡ଼ା ହୋଇଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ପୂଜାରା। ଦୁହେଁ ୨ୟ ଉଇକେଟ ଲାଗି ୧୧୬ ରନ୍‌ ଯୋଡ଼ିଛନ୍ତି।

Share