Categories: ଜାତୀୟ

ନୀତି ଆୟୋଗ ବୈଠକରେ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଧାର୍ଯ୍ୟ…

ନୂଆଦିଲ୍ଲୀ,୨୭।୫ : ଶନିବାର ଅନୁଷ୍ଠିତ ନୀତି ଆୟୋଗର ଅଷ୍ଟମ ଶାସକ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତର ରୋଡମ୍ୟାପ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ସାଧାରଣ ଦୂରଦୃଷ୍ଟି ବିକାଶର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଏବଂ ନାଗରିକଙ୍କ ସ୍ବପ୍ନକୁ ପୂରଣ କରୁଥିବା କାର୍ଯ୍ୟକ୍ରମ ପ୍ରଦାନ କରିବାରେ ସକ୍ଷମ ରାଜ୍ୟମାନଙ୍କୁ ଆର୍ଥିକ ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ କହିଛନ୍ତି।

ବୈଠକରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟରେ ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶ ଭଳି ଅନେକ ପ୍ରସଙ୍ଗରେ ବିଚାର ବିମର୍ଶ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ ଏବଂ ଉତ୍ତରପ୍ରଦେଶ, ଆସାମ, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକକୁ ବର୍ଜନ କରିଥିଲେ।

Share