Categories: ଖେଳ

ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଲା ଭାରତ ‘ଏ’

କଲମ୍ବୋ,୨୩ା୭। ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଛି ଭାରତ ‘ଏ’। ଭାରତୟ ଅଧିନାୟକ ୟଶ୍‌ ଧୂଲ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ମ୍ୟାଚ୍‌ରେ ଭାରତ ‘ଏ’ କୁ ଫେଭରିଟ୍‌ ବିବେଚନା କରାଯାଉଛି। ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ ହରାଇ ଦେଇଥିଲା। ଯେକୌଣସି ପରିସ୍ଥିତିରେ ନିଜକୁ ସୁଧାରି ନେବାର ଦକ୍ଷତା ଭାରତ ନିକଟରେ ରହିଥିବା ଏହି ଟୁର୍ନାମେଣ୍ଟରେ ଦେଖିବାକୁ ମିଳିଛି।
ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ କଲମ୍ବୋର ପ୍ରସିଦ୍ଧ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ସେମିଫାଇନାଲରେ ଟିମ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଛି। ଏଥି ସହ ପାକିସ୍ତାନ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି।

Share