ରୁଷିଆର ବଡ଼ ପରାଜୟ

କ୍ୱିଭ୍‌,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ କରିଥିଲା, କିନ୍ତୁ ଗୋଟିଏ ମାସ ପରେ ମଧ୍ୟ ରୁଷିଆ ୟୁକ୍ରେନକୁ ପରାସ୍ତ କରିବାରେ ସକ୍ଷମ ହୋଇପାରି ନାହିଁ। ଏବେ ମିଳିତ ଜାତିସଂଘ ପରିଷଦ (ୟୁଏନଏସସି) ରେ ପରାଜୟ ରୁଷିଆର ମନୋବଳକୁ ଭାଙ୍ଗି ଦେଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବିଳମ୍ବିତ ରାତିରେ ଅନୁଷ୍ଠିତ ବୈଠକରେ ରୁଷିଆକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ରୁଷିଆ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନକୁ ନେଇ ଏକ ପ୍ରସ୍ତାବ ଆଗତ କରିଥିଲା। ୧୫ ଟି ଦେଶ ମଧ୍ୟରୁ ୧୩ଟି ଦେଶ ଏହି ପ୍ରସ୍ତାବ ଉପରେ ଭୋଟ ଦେଇନାହାଁନ୍ତି, ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଏହି ପ୍ରସ୍ତାବକୁ ସମର୍ଥନ କରି କେବଳ ରୁଷିଆ ଏବଂ ଚାଇନା ଭୋଟ ଦେଇଛନ୍ତି।

 

Share