ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର; ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା…

ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର। ଭାରତପଟୁ ଏକ ମିସାଇଲ୍‌ ଦୁର୍ଘଟଣାବଶତଃ ପାକିସ୍ତାନ ପଟକୁ ଫାୟାରିଂ ହୋଇଯାଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ତେବେ ଏଥିରେ ଦୁଃଖପ୍ରକାଶ କରିବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବୀକାର କରାଯାଇଛି। ଗତ ସପ୍ତାହରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା। ଏହି ଅବାଞ୍ଝିତ ତ୍ରୁଟି ପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ ବୋଲି ଗୁରୁବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ ମେଣ୍ଟନାସ ଚେକିଂ ଚାଲୁଥିଲା। ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା । ଏହି ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି। ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।

Share