ଅଟାଓ୍ବା/ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ଘନେଇବାରେ ଲାଗିଛି। ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରି କାନାଡାରୁ ୪୧ କୂଟନୀତିଜ୍ଞଙ୍କୁ ଅକ୍ଟୋବର ୧୦ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଭାରତରେ କାନାଡାର ୬୨ଜଣ କୂଟନୀତିଜ୍ଞ ଅଛନ୍ତି। କୂଟନୀତିଜ୍ଞଙ୍କ ସଂଖ୍ୟା ୪୧କୁ ହ୍ରାସ କରାଯିବା ଉଚିତ ବୋଲି ଭାରତ କହିଛି।
ଗତ ସପ୍ତାହରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଏକ ବିବୃତ୍ତି ଜାରି କରି ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କୁ ଦାୟୀ କରିଥିଲେ।