Categories: ଖେଳ

ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଟାଏ

ବେଙ୍ଗାଲୁରୁ,୧୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ରୋମାଞ୍ଚକ ଭାବେ ଟାଏ ହୋଇଛି। ଫଳରେ ଏବେ ସୁପର ଓଭରରେ ଫଳାଫଳ ନିର୍ଣ୍ଣୟ ହେବ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିକରି ନିର୍ଦ୍ଧାରିତ ଓଭରରେ ୪ ଉଇକେଟ୍‌ ହରାଇ ୨୧୨ ରନ୍‌ କରିଥିଲା। ଆଫଗାନିସ୍ତାନ ମଧ୍ୟ ୬ ଉଇକେଟ୍‌ ହରାଇ ୨୧୨ ରନ୍‌ କରିଥିଲା। ଜିତିବା ପାଇଁ ଆଫଗାନିସ୍ତାନକୁ ଶେଷ ଓଭରରେ ୧୯ ରନ ସ୍କୋର କରିବାକୁ ପଡୁଥିଲା, କିନ୍ତୁ ଦଳ ୧୮ ରନ ସ୍କୋର କରିପାରିଥିଲା ଏବଂ ସ୍କୋର ସମାନ ହୋଇଯାଇଥିଲା। ଏହି ସିରିଜରେ ଟିମ ଇଣ୍ଡିଆ ବର୍ତ୍ତମାନ ୨-୦ରେ ଆଗୁଆ ରହିଛି।
ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ବିଶ୍ୱକପ ପୂର୍ବରୁ ଏହା ଟିମ ଇଣ୍ଡିଆର ଶେଷ ଟି -୨୦ ସିରିଜ।

Share