ନୂଆଦିଲ୍ଲୀ,୩।୪: ପୁଣିଥରେ ୨୦୨୦ ମସିହା ପରି ଡରାଇଲାଣି କରୋନା। ଭାରତ ପୁଣିଥରେ ବିଶ୍ୱର ସେହି ଦେଶମାନଙ୍କ ସହ ସାମିଲ ହୋଇଯାଇଛି ଯେଉଁସବୁ ଦେଇ ସଂକ୍ରମିତ ମାମଲାରେ ଆଗରେ ରହିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ପରିମାଣର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ୩,୬୪୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୦ ହଜାର ୨୧୯ ହୋଇଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରବିବାର ସଂକ୍ରମିତଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୪ କେରଳ, ୩ ମହାରାଷ୍ଟ୍ର ଓ ଦିଲ୍ଲୀରେ, କର୍ନାଟକ ଓ ରାଜସ୍ଥାନରେ ଜଣେ ଜଣେ ସାମିଲ ରହିଛନ୍ତି। ଏହାସହ ଏବେ ପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୩୦ ହଜାର ୮୯୨ରେ ପହଞ୍ଚିଛି।
ଓ୍ବାର୍ଲଡୋ ମିଟରର ସଂଖ୍ୟା ଅନୁଯାୟୀ, ଭାରତ ପୁଣିଥରେ ସଂକ୍ରମିତ ଥିବା ଟପ ୫ ଦେଶ ତାଲିକାରେ ସାମିଲ ହୋଇଯାଇଛି। ରବିବାର ସୁଦ୍ଧା ସବୁଠାରୁ ଅଧିକ ସଂକ୍ରମିତ ଦେଶ ମଧ୍ୟରେ ରହିଛି ଦକ୍ଷିଣ କୋରିଆ୯୭୨୪, ଦ୍ୱିତୀୟ ନମ୍ବରରେ ରହିଛି ରୁଷିଆ ଏଠାରେ ୯,୫୯୧ ସଂକ୍ରମିତ ରହିଛନ୍ତି, ଜପାନରେ ୬,୨୯୦, ଫ୍ରାନ୍ସରେ ୬୦୨୭ କରୋନା ସଂକ୍ରମିତ ଥିବା ବେଳେ ଏହା ପଛକୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩,୬୪୧।