Categories: ଖେଳ

ଭାରତ ଆଗରେ ୨୩୧ ରନ୍‌ ଟାର୍ଗେଟ୍‌

ପାଲେକେଲ୍‌,୪ା୯: ପାଲେକେଲ୍‌ ଷ୍ଟାଡ଼ିୟମରେ ସୋମବାର ଖେଳାଯାଇଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ କରି ନିଦ୍ଧାରିତ ୪୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୩୦ ରନ୍‌ କରିଛି। ଫଳରେ ଭାରତ ଆଗରେ ୨୩୧ ରନ୍‌ର ବିଜୟ ଟାର୍ଗେଟ ରଖିଛି ନେପାଳ।

ନେପାଳର ଦୁଇ ଓପନର କୁଶଲ ଭୁର୍ଟେଲ ଏବଂ ଆସିଫ ଶେଖ୍‌ ଦଳକୁ ଭଲ ଷ୍ଟାଟ୍‌ ଦେଇଥିଲେ। କୁଶଲ ୩ନ ରନ୍‌ କରିଥିବା ବେଳେ ଆସିଫ ୫୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ପରବର୍ତ୍ତୀ ସମୟରେ ଭାରତର ମାପଚୁପ ବୋଲିଂ ଯୋଗୁ ନେପାଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୮.୨ ଓଭରରେ ନେପାଳ ୧୦ ଉଇକେଟ ହରାଇ ୨୩୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତର ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାଦ୍ଦୁଲ ଠାକୁର ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

 

 

Share