ଡିଜିଟାଲ କ୍ଷେତ୍ରରେ ଭାରତ ୟୁରୋପଠାରୁ ଆଗରେ: ଜୟଶଙ୍କର…

କେପଟାଉନ,୪।୬ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଭାରତୀୟ ମୂଳ ବ୍ୟକ୍ତିମାନେ ମନ୍ତ୍ରୀଙ୍କ ସମ୍ମାନାର୍ଥେ ଶନିବାର କେପଟାଉନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସମୟରେ ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଏହା ନୁହେଁ ଯେ ଭାରତ ମନ୍ଥର ଗତିରେ ବଢୁଛି, ଯେତେବେଳେ ଡିଜିଟାଲ କଥା ଆସେ, ଆମେ ଏହି ପ୍ରସଙ୍ଗରେ ୟୁରୋପ ଏବଂ ଉତ୍ତର ଆମେରିକାର ଅନେକ ଦେଶଠାରୁ ଆଗରେ ଅଛୁ।

ଭାରତୀୟ ଏନଆରଆଇ ମାନଙ୍କୁ ବୁଝିବା ଆବଶ୍ୟକ ଗତ ନଅ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଯଦି ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଏହି ପରିବର୍ତ୍ତନର ଏଜେଣ୍ଟ ହୁଅନ୍ତି ତେବେ ଏହା ଭଲ ହେବ। ବ୍ରିକ୍ସ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜୟଶଙ୍କର ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ଯେଉଁଠାରେ ସେ ବ୍ରାଜିଲ, ଚାଇନା, ରୁଷିଆର ପ୍ରତିନିଧୀଙ୍କୁ ଭେଟିବେ।

ଗତ ନଅ ବର୍ଷ ମଧ୍ୟରେ ନୀତି ସଂସ୍କାରରେ ଭାରତରେ ଅନେକ କାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ଭାରତୀୟ ଲୋକମାନେ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଗତ ବର୍ଷ ଭାରତରେ ୮୬ ବିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ପାଇଥିଲା, ଯାହା ବିଶ୍ୱରେ ସର୍ବାଧିକ ବୋଲି ସେ କହିଛନ୍ତି।

 

Share