Categories: ଖେଳ

ଦ୍ୱିତୀୟ ମ୍ୟାଚ୍‌ ବିଜୟ ଲକ୍ଷ୍ୟରେ ଭାରତ

ଡବ୍‌ଲିନ୍‌,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ରବିବାର ଦ୍ୱିତୀୟ ମ୍ୟାଚ୍‌ ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌ ବିଜୟୀ ହେବାକୁ ପୟାସ କରିବ। ପ୍ରଥମ ମ୍ୟାଚରେ ଭାରତ ପ୍ରଭାବୀ ବୋଲିଂ କରିଥିଲା। ଫଳରେ ଆୟର୍ଲାଣ୍ଡ ୭ ଉଇକେଟ ହରାଇ ୧୩୯ ରନ୍‌ ସ୍କୋର କରିଥିବା ବେଳେ ଭାରତ ୨ ଉଇକେଟ ହରାଇ ୪୭ ରନ୍‌ କରିଥିଲା। ବର୍ଷା ଯୋଗୁ ଡର୍କଓ୍ବର୍ଥ ଲୁଇସ୍‌ ନିୟମ ଅନୁସାରେ ଭାରତ ମ୍ୟାଚ୍‌କୁ ୨ ରନ୍‌ରେ ବିଜୟୀ ହୋଇଥିଲା।

୧୩ ମାସ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଯଶପ୍ରୀତ୍‌ ବୁମ୍‌ରା ଚମତ୍କାର ବୋଲିଂ କରି ଆରମ୍ଭରୁ ଦୁଇ ଉଇକେଟ ନେଇଥିଲେ। ଏପରିକି ପଦାର୍ପଣକାରୀ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଚମତ୍କାର ବୋଲିଂ କରି ଦୁଇଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଲେଗ୍‌ ସ୍ପିନର ରବି ବିଷ୍ଣୋ ମଧ୍ୟ ଦୁଇଟି ସଫଳତା ହାସଲ କରିଥିଲେ। ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

ଦ୍ୱିତୀୟ ଟି-୨୦ରେ ଭାରତ ଟସ୍‌ ଜିତିଲେ ବୋଲିଂ ନିଷ୍ପତ୍ତି ନେବ ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ରବି ବିଷ୍ଣୋଇ। ଅନ୍ୟପକ୍ଷେ ଆୟର୍ଲାଣ୍ଡ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡର ଟପ୍‌ ଅର୍ଡର ବିଫଳ ହୋଇଥିବା ବେଳେ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡିବ। ଅଗାମୀ ଏସିଆ କପ୍‌ ତଥା ଦିନିକିଆ ବିଶ୍ୱକପ ପାଇଁ ଏହା ଭାରତର ପ୍ରସ୍ତୁତି ସିରିଜ୍‌ ହୋଇଥିବା ବେଳେ ସମସ୍ତଙ୍କ ନଜର ଏହି ସିରିଜ୍‌ ଉପରେ ରହିଛି।

Share