Posted inଖେଳ

ନୂତନ ଆରମ୍ଭ ଲକ୍ଷ୍ୟରେ ଭାରତ

ଓ୍ବେଲିଂଟନ୍‌,୧୮ା୧୧(ପି.ଟି): ବିଶ୍ୱକପ୍‌ ବିଫଳତା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜରେ ନୂତନ ନେତୃତ୍ୱ ସହିତ ଏକ ନୂତନ ଆରମ୍ଭ ଲକ୍ଷ୍ୟରେ ରହିବ ଭାରତ। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଆରମ୍ଭ ହେବ। ଦୀର୍ଘ ୯ ବର୍ଷ ଧରି ଆଇସିସି ଟୁର୍ନାମେଣ୍ଟଗୁଡିକର ବିଫଳତାକୁ ପଛରେ ପକାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗକୁ ବଢିବାକୁ ପ୍ରୟାସ କରିବ। ୟୁଏଇ ବିଫଳତା ପରେ ଚଳିତ ଟି୨୦ରେ ମଧ୍ୟ ଭାରତୀୟ ଦଳ ବିଫଳ ହୋଇଥିଲା। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ସ୍କୋର କରିଥିବା ବେଳେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ କିନ୍ତୁ ଫର୍ମ ପାଇଁ ସଂଘର୍ଷ କରିଥିଲେ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ। ଅନେକ ପୂର୍ବତନ ଖେଳାଳି ହାର୍ଦ୍ଦିକଙ୍କୁ ୨୦୨୪ ଟି୨୦ ବିଶ୍ୱକପ ଦଳର ଅଧିନାୟକ ଭାବରେ ବିବେଚନା କରୁଛନ୍ତି। ସେହିପରି ରାହୁଲ ଡ୍ରାଭିଡ୍‌ଙ୍କ ଅନୁପସ୍ଥିତିରେ ଭିଭିଏସ୍‌ ଲକ୍ଷ୍ମଣ ଷ୍ଟାଣ୍ଡ ଇନ୍‌ କୋଚ୍‌ ଭାବରେ ଦାୟିତ୍ୱ ନିର୍ବାହ କରିବେ। ପ୍ରଥମ ମ୍ୟାଚ ପୂର୍ବରୁ ଭାରତୀୟ ଟିମ୍‌ରେ ଯୁବ ଖେଳାଳିଙ୍କ ସହିତ ଟି୨୦ ସ୍ପେଶାଲିଷ୍ଟମାନଙ୍କୁ ସାମିଲ କରାଯିବ ବୋଲି ଲକ୍ଷ୍ମଣ ସ୍ପଷ୍ଟ କରିଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ବର୍ତ୍ତମାନ ସମସ୍ତ ଧ୍ୟାନ ଏହା ଉପରେ ରହିଛି। ରୋହିତ ଶର୍ମା ଓ ରାହୁଲଙ୍କ ନିକଟରେ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବାରୁ ଉଭୟ ଖେଳାଳି ୨୦୨୪ ଟି୨୦ ବିଶ୍ୱକପରୁ ବାଦ୍‌ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ବିରାଟ କୋହଲି ଚମତ୍କାର ଫର୍ମରେ ଥିଲେ ମଧ୍ୟ ତାଙ୍କୁ ସାମିଲ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଇଶାନ କିଶନ୍‌ ଏବଂ ଶୁବମାନ ଗିଲ୍‌ ଓପନର ଭାବରେ ଖେଳିବେ। କିଶନ୍‌ ବିଗତ ଏକ ବର୍ଷ ମଧ୍ୟରେ ଟପ୍‌ ଅର୍ଡରରେ ଖେଳିଥିବା ବେଳେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଅନ୍ୟପକ୍ଷରେ ଦିନିକିଆ ଦଳରେ ନିଜ ଦକ୍ଷତା ପ୍ରତିପାଦନ କରିଥିବା ଗିଲ୍‌ ମଧ୍ୟ ଟି୨୦ରେ ସୁଯୋଗ ପାଇବେ। ସଞ୍ଜୁ ସାମସନ୍‌ ମଧ୍ୟ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବା ସହିତ ଦଳରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ। ଆହତ ସମସ୍ୟାରୁ ଫେରୁଥିବା ଅଲରାଉଣ୍ଡର ଓ୍ବାଶିଂଟନ୍‌ ସୁନ୍ଦର ମଧ୍ୟ ଉଭୟ ବଲ୍‌ ଓ ବ୍ୟାଟ ଜରିଆରେ ପ୍ରଦର୍ଶନ କରିବାକୁ ଚାହିଁବେ। ରିଷ୍ଟ ସ୍ପିନର ଯୋଡି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟ ପୁନର୍ବାର ଏକତ୍ର ବୋଲିଂ କରିବାର ସୁଯୋଗ ପାଇବେ। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଥିଲେ। ଏହି ସିରିଜ ପାଇଁ ଭାରତ ଦ୍ୱିତୀୟ ପସନ୍ଦର ଦଳ ରଖିଥିବା ବେଳେ ନ୍ୟୁଜିଲାଣ୍ଡକୁ ଏହା କଡା ଟକ୍କର ଦେବ ବୋଲି ଆଶା କରାଯାଉଛି। ବୁମରାଙ୍କ ଅନୁପସ୍ଥିତିରେ ଉମ୍ରାନ ମଲିକଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ଏହା ସହିତ ହର୍ଷଲ ପଟେଲ ଓ ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri