Categories: ଜାତୀୟ

ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟ ଚାଲିଛି ଆଗରେ

ପୁଣେ,୪।୬: ମହାରାଷ୍ଟ୍ରରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପରେ ଆଜି ଫଳାଫଳର ପର୍ଯ୍ୟାୟ। ଆଜି ରାଜ୍ୟରେ ୪୮ଟି ଲୋକ ସଭା ଆସନ ପାଇଁ ଭୋଟ ଗଣତି ଚାଲିଛି। ମହାରାଷ୍ଟ୍ରର ପ୍ରଥମ ଟ୍ରେଣ୍ଡରେ ଉଣ୍ଡିଆ ମିଳିତ ମେଣ୍ଟ ଆଗୁଆ ରହିଛି।
ପୋଷ୍ଟାଲ ବାଲାଟ ଗଣନା ଅନୁଯାୟୀ, ଏନ୍‌ଡିଏ ୧, ଇଣ୍ଡିଆ ମେଣ୍ଟ-୨ଟି ଆସନରେ ଆଗୁଆ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଏନସିପି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଆଗୁଆ ଅଛନ୍ତି। ସେହିପରି ନାଗପୁର ଆସନରୁ କେନ୍ଦ୍ର ପରିବହନ ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ନିତିନ ଗଡକରୀ ଆଗୁଆ ଅଛନ୍ତି।

Share