Categories: ଜାତୀୟ

‘ଇଣ୍ଡିଆ’ ମେଣ୍ଟର ସ୍ଥିତି ମଜଭୁତ ନୁହେଁ…’, ବିରୋଧୀ ଏକତା ଉପରେ ଓମାର ଅବଦୁଲ୍ଲାଙ୍କ ବୟାନ

ଶ୍ରୀନଗର,୩୦।୧୦: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ରାଷ୍ଟ୍ରୀୟ ସମ୍ମିଳନୀ (ଏନସି)ର ଉପାଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପ୍ରକାର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହୋଉଛି ତାହା ଦୁର୍ଭାଗ୍ୟଜନକ। ମେଣ୍ଟ ପାଇଁ ଏହା ଭଲ ନୁହେଁ।

ନ୍ୟୁଜ ଏଜେନ୍ସି ଅନୁଯାୟୀ ସେ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ବିରୋଧୀ ଦଳର ମେଣ୍ଟର ସ୍ଥିତି ବର୍ତ୍ତମାନ ଦୃଢ ନୁହେଁ। କିଛି ଆଭ୍ୟନ୍ତରୀଣ ମନମାଳିନ୍ୟ ଦେଖାଯାଉଛି। ଏହି ମନମଳେିନ୍ୟ ହେବା ଉଚିତ୍‌ ନୁହେଁ। ବିଶେଷ କରି ୪ରୁ ୫ ରାଜ୍ୟରେ ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Share