Categories: ଜାତୀୟ

ପ୍ରଥମରେ ୧୫, ଦ୍ୱିତୀୟରେ ୨୬, ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ବଢିବକି ବିରୋଧୀ ମେଣ୍ଟର ସଂଖ୍ୟା

ନୂଆଦିଲ୍ଲୀ,୨୭।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଅଗଷ୍ଟ ୩୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଜୁନ ୨୩ରେ ପାଟନାରେ ‘ଇଣ୍ଡିଆ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୋଟ ୧୫ ଟି ଦଳ ମିଳିତ ମଞ୍ଚରେ ଯୋଗ ଦେଇଥିଲେ। ଦ୍ୱିତୀୟ ବୈଠକ ୧୭ ଏବଂ ୧୮ ଜୁଲାଇରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୋଟ ୨୬ଟି ଦଳ ଅଂଶଗ୍ରହଣ କରିଥିଲେ। ବିରୋଧୀ ଦଳ ‘ଇଣ୍ଡିଆ’ର ନାମ ବେଙ୍ଗାଲୁରୁରେ ସ୍ଥିର ହୋଇଥିଲା।
ଏବେ ଆଶା କରାଯାଉଛି ମୁମ୍ବାଇରେ ହେବାକୁ ଥିବା ବୈଠକରେ ଆଉ କିଛି ଦଳ ଅଂଶଗ୍ରହଣ କରିପାରନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମିଳିତ ମଞ୍ଚରେ ନୂତନ ଦଳକୁ ଅନ୍ତର୍ଭୂକ୍ତ କରିବାକୁ ସୂଚାଇ ଦେଇଛନ୍ତି। ନୀତୀଶ କୁମାର କହିଛନ୍ତି, ‘ମୁଁ ଯାଉଛି (ସଭାକୁ)। ଏଥିରେ ବ୍ୟକ୍ତିଗତ କିଛି ନାହିଁ ଯାହା ମୁଁ ଚାହୁଁଛି, ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବାକୁ ଚାହୁଁଛି। ମୁଁ ଯାଉଛି ଏବଂ ଅନ୍ୟ କିଛି ଦଳ ମଧ୍ୟ ଏଥିରେ ଭାଗ ନେବେ।’

Share