ଧନକରଙ୍କୁ ହଟାଇବାକୁ ବିରୋଧୀଙ୍କ ରଣନୀତି, ସମର୍ଥନ କରିବ ବିଜେଡି!

ନୂଆଦିଲ୍ଲୀ,୧୦।୮: କ’ଣ ରାଜ୍ୟ ସଭା ସଭାପତି ଜଗଦୀପ ଧନକରଙ୍କୁ ହଟାଯାଇପାରିବ? ଯଦି ହଁ ତେବେ କିପରି? ରାଜ୍ୟ ସଭାରେ ହେଉଥିବା ରାଜନୈତିକ ଅସ୍ଥିରତା ଏବଂ ବିରୋଧୀଙ୍କ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ଆଲୋଚନା ମଧ୍ୟରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଛି। ପ୍ରଶ୍ନ ଏଥିପାଇଁ ମଧ୍ୟ ଉଠୁଛି କାରଣ ରାଜ୍ୟ ସଭା ଅଧ୍ୟକ୍ଷ ହେଉଛନ୍ତି ଭାରତର ଉପରାଷ୍ଟ୍ରପତି। ଦେଶରେ ପ୍ରଥମ ଥର ପାଇଁ ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚର୍ଚ୍ଚା ହେଉଛି।

କଂଗ୍ରେସର ନେତୃତ୍ୱରେ ସବୁ ବିରୋଧୀ ଦଳ ମଧ୍ୟ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଏକ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଗେର୍ର୍ ନିଜେ ଏହି ପ୍ରସ୍ତାବର ନେତୃତ୍ୱ ନେଉଛନ୍ତି। ଏହି ଅଧିବେଶନରେ ଧନଖରଙ୍କ ବିରୋଧରେ ଏକ ପ୍ରସ୍ତାବ ଆଣିବାକୁ ବିରୋଧୀ ପ୍ରସ୍ତୁତି ଚଳାଇଥିଲେ ମଧ୍ୟ କାଯର୍‌ୟକାଳରୁ ୩ଦିନ ପୂର୍ବରୁ ରାଜ୍ୟ ସଭା ପ୍ରକ୍ରିୟା ଶେଷ ହୋଇଛି। ଜଗଦୀପ ଧନଖରଙ୍କ ବିରୋଧରେ ଏହି ପ୍ରସ୍ତାବ ଶୀତକାଳୀନ ଅଧିବେଶନରେ ଅଣାଯାଇପାରିବ, କିନ୍ତୁ ବଡ ପ୍ରଶ୍ନ ହେଉଛି ବିରୋଧୀଙ୍କ ଏହି ପଦକ୍ଷେପ ଧନଖରଙ୍କୁ ପଦରୁ ହଟାଇ ହେବ କି?

ରାଜ୍ୟ ସଭା ଅଧ୍ୟକ୍ଷ ପଦବୀ ସମ୍ବିଧାନର ଧାରା ୬୪ରେ ଉଲ୍ଲେଖ କରାଯାଇଛି। ଭାରତର ଉପରାଷ୍ଟ୍ରପତି ରାଜ୍ୟ ସଭାର ସଭାପତି ହୋଇଥାନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟଙ୍କ ଦ୍ୱାରା ସାଧାରଣ ସଂଖ୍ୟାଗରିଷ୍ଠତା ସହିତ ନିର୍ବାଚିତ ହୁଅନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟ ହେଉଛି ରାଜ୍ୟ ସଭାର ପ୍ରକ୍ରିୟା ପରିଚାଳନା କରିବା।
ରାଜ୍ୟ ସଭାରେ ବାଚସ୍ପତିଙ୍କ ଗୃହର କାର୍ଯ୍ୟକାରିତା ସହ ଜଡିତ ସମସ୍ତ କ୍ଷମତା ରହିଛି। ଉଦାହରଣ ସ୍ବରୂପ, ସଭାପତି ରାଜ୍ୟ ସଭାରେ ଦଳବଦଳ ଆଇନ ଅନୁଯାୟୀ ରାଜ୍ୟ ସଭାର ଯେକୌଣସି ସଦସ୍ୟଙ୍କ ସଦସ୍ୟତା ବାତିଲ କରିପାରିବେ। କୌଣସି ଫୋରମ ନ ଥିଲେ ପ୍ରକ୍ରିୟା ସ୍ଥଗିତ ରଖାଯାଇପାରିବ।

ଯେହେତୁ ରାଜ୍ୟ ସଭା ଅଧ୍ୟକ୍ଷ ମଧ୍ୟ ଭାରତର ଉପରାଷ୍ଟ୍ରପତି ଅଟନ୍ତି, ତେଣୁ ଏହି ପଦବୀ ଭାରତର ସମ୍ବିଧାନରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଭାବରେ ପରିଗଣିତ ହୋଇଛି। ଧାରା ୬୭(ଏ) ଅନୁଯାୟୀ, କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଉପରାଷ୍ଟ୍ରପତି ଭାରତ ରାଷ୍ଟ୍ରପତିଙ୍କ ପାଖରେ ନିଜର ଇସ୍ତଫା ପତ୍ର ଦାଖଲ କରି ଏହି ପଦ ଛାଡିପାରିବେ।

ଜଗଦୀପ ଧନଖରଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ପରେ ରାଜ୍ୟ ସଭାର ଅଧ୍ୟକ୍ଷଙ୍କ ପଦରୁ ତାଙ୍କୁ ହଟାଇ ଦିଆଯାଇପାରିବ କି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଚେୟାରମ୍ୟାନ ମଧ୍ୟ ଭାରତର ଉପରାଷ୍ଟ୍ରପତି ଅଟନ୍ତି। ସୁପ୍ରିମକୋର୍ଟର ଓକିଲ ବିରାଗ ଗୁପ୍ତାଙ୍କ ଅନୁଯାୟୀ, ରାଜ୍ୟ ସଭାରେ ଏକ ପ୍ରସ୍ତାବ ମାଧ୍ୟମରେ ଅଧ୍ୟକ୍ଷଙ୍କୁ ହଟାଇ ଦିଆଯାଇପାରିବ। ଏଥିପାଇଁ ୧୪ ଦିନ ପୂର୍ବରୁ ଲିଖିତ ବିଜ୍ଞପ୍ତି ଦେବା ଆବଶ୍ୟକ। ଏହା ପରେ ରାଜ୍ୟ ସଭାରେ ଉପସ୍ଥିତ ଥିବା ବହୁମତ ଦ୍ୱାରା ଉପରାଷ୍ଟ୍ରପତିଙ୍କୁ ଏହି ପଦରୁ ହଟାଯାଇ ପାରିିବ। ଏହି ପ୍ରସ୍ତାବ ଏକ ସାଧାରଣ ପ୍ରସ୍ତାବ ଏବଂ ଏହା ରାଜ୍ୟ ସଭାର ୫୦ଜଣ ସଦସ୍ୟଙ୍କ ଦସ୍ତଖତ ସହିତ ସଚିବାଳୟକୁ ପଠାଯାଇଥାଏ।

ବର୍ତ୍ତମାନ ରାଜ୍ୟ ସଭାରେ ସମୁଦାୟ ୨୨୫ ସଦସ୍ୟ ଅଛନ୍ତି ଏବଂ ଅଧ୍ୟକ୍ଷ ଧନଖରଙ୍କୁ ହଟାଇବା ପାଇଁ ଅତି କମରେ ୧୧୩ ଭୋଟ ଆବଶ୍ୟକ ହେବ। ଇଣ୍ଡିଆ ମେଣ୍ଟରେ ରାଜ୍ୟ ସଭାରେ ବର୍ତ୍ତମାନ ୮୭ଟି ସିଟ ରହିଛି। ବିଜୁ ଜନତା ଦଳ ଏବଂ YSR କଂଗ୍ରେସ ଯୋଡି ହୋଇଗଲେ ଏହି ସଂଖ୍ୟା ୧୦୬ରେ ପହଞ୍ଚି ଯିବ।

ଏନଡିଏ ସହଯୋଗୀ ଦଳର ବର୍ତ୍ତମାନ ୧୧୦ଟି ସିଟ ଅଛି ଏବଂ ସଂଖ୍ୟାଗରିଷ୍ଠତା ଠାରୁ ମାତ୍ର ୩ ପାଦ ଦୂରରେ। ସେପ୍ଟେମ୍ବର ୩ରେ ୧୨ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଯେଉଁଠାରେ ଏନଡିଏ ଅତି କମରେ ୧୦ଟି ଆସନ ଜିତିବ। ଅର୍ଥାତ ସେପ୍ଟେମ୍ବର ୩ ପରେ ରାଜ୍ୟ ସଭାରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବ।
ଏନେଇ ବିରାଗ ଗୁପ୍ତା ଆହୁରି କହିଛନ୍ତି, ରାଜ୍ୟ ସଭାରେ ଏହି ସଂକଳ୍ପ ପାରିତ ହେବା ପରେ ଏହା ଲୋକ ସଭାକୁ ଯିବ ଏବଂ ଅଧ୍ୟକ୍ଷଙ୍କ ବିରୋଧରେ ମଧ୍ୟ ଏକ ସଂକଳ୍ପ ପାରିତ ହେବାକୁ ପଡିବ। କାରଣ ସଭାପତି ଦେଶର ଉପରାଷ୍ଟ୍ରପତି ଅଟନ୍ତି। ଲୋକ ସଭାରେ ଏନଡିଏର ୨୯୬ ଏମପି ଏବଂ ବିରୋଧୀ ଦଳର ୨୩୪ ଏମପି ଅଛନ୍ତି। ତେବେ ବହୁମତ ପାଇଁ ୨୭୨ ଏମପି ଦରକାର ହେବ।

ସଂଖ୍ୟା ଗେମ୍‌ରେ ବିରୋଧୀ ଦୁର୍ବଳ ଅଛି, ତଥାପି ଏହି ପ୍ରସ୍ତାବ ଆଣୁଛନ୍ତି କାହିଁକି? ଏହି ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ଜଣେ କଂଗ୍ରେସ ଏମପି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଅଧ୍ୟକ୍ଷଙ୍କ ବିରୋଧରେ କୌଣସି ପ୍ରସ୍ତାବ ଆସିନାହିଁ। ସଭାପତି ନିଶ୍ଚିତ ଭାବରେ ବିରୋଧୀଙ୍କ ପ୍ରତି କଠୋର ହେବା ଦରକାର, କିନ୍ତୁ ବର୍ତ୍ତମାନର ଅଧ୍ୟକ୍ଷଙ୍କ ପରି ଏତେ କଠୋର ହେବା ଉଚିତ ନୁହେଁ। ଏହି ପ୍ରସ୍ତାବ ଦ୍ୱାରା ଆମେ ପ୍ରତୀକ ଏବଂ ଏହା ଏକ ପ୍ରତୀକାତ୍ମକ ବିରୋଧ କରିବୁ।
ଯେତେବେଳେ ଧନକର ରାଜ୍ୟ ସଭାର ସଭାପତି ହୋଇଥିଲେ ସେତେବେଳେ ସେ କହିଥିଲେ, ମୁଁ ୪ ଜଣଙ୍କୁ (ପ୍ରଧାନମନ୍ତ୍ରୀ, ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବ ଗୌଡା) କହିବା ସମୟରେ ରୋକିବିି ନାହିଁ। କଂଗ୍ରେସ ଅଭିଯୋଗ କରିଛି ଯେ, ଧନଖର ତାଙ୍କ ବିବୃତ୍ତିକୁ ସ୍ଥିର ନୁହଁନ୍ତି। ବର୍ତ୍ତମାନ ସେମାନେ ଖାର୍ଗେଙ୍କର ମାଇକ ବନ୍ଦ କରି ଦେଉଛନ୍ତି। ଅନେକ ଥର ଯେତେବେଳେ ଖାର୍ଗେ କହିବାକୁ ଛିଡା ହୁଅନ୍ତି, ତାଙ୍କୁ କହିବାର ସୁଯୋଗ ଦିଆଯାଏ ନାହିଁ।

ଏହି ପ୍ରସ୍ତାବ ମାଧ୍ୟମରେ ଧାନଖରଙ୍କ କାର୍ଯ୍ୟଶୈଳୀକୁ ଦେଶ ସମ୍ମୁଖକୁ ଆଣିବାକୁ ବିରୋଧୀ ଚାହୁଁଛନ୍ତି। ଯଦି ପ୍ରସ୍ତାବ ଆସେ ଏବଂ ଏହା ଉପରେ ଆଲୋଚନା ହୁଏ ତେବେ ଧନଖର ସେହି ଆଲୋଚନାର ନେତୃତ୍ୱ ନେଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ନିୟମ ସଂଶୋଧନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ନିକଟରେ ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ରେ କରିଥିବା ସଂଶୋଧନକୁ ବିରୋଧ କରି ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ ଦାଏର କରିଛି। ନିର୍ବାଚନ...

ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍‌ର ୩ ଘଣ୍ଟା ଜେରା

ହାଇଦ୍ରାବାଦ,୨୫ା୧୨(ପି.ଟି.): ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର...

୯ ରେ ପ୍ରଧାନମନ୍ତ୍ରୀ, ୧୦ରେ ରାଷ୍ଟ୍ରପତି ଆସିବେ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି...

ଆମ୍ବେଡ୍‌କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର

ଚଣ୍ଡିଗଡ଼,୨୫ା୧୨: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଲିଗାସୀକୁ ନେଇ ମଙ୍ଗଳବାର ଚଣ୍ଡିଗଡ଼ ମ୍ୟୁନିସିପାଲିଟି ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଜପା ଏବଂ କଂଗ୍ରେସ କାଉନ୍‌ସିଲରଙ୍କ ମଧ୍ୟରେ ସଂଘର୍ଷ...

ଖାତରେ ଖସିଲା ସେନା ଗାଡ଼ି: ୫ ଯବାନ ମୃତ

ମେନ୍ଧର/ଜମ୍ମୁ,୨୪ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସେନା ଗାଡ଼ି ପ୍ରାୟ ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିବା...

ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ

ନୂଆଦିଲ୍ଲୀ,୨୪ା୧୨ : ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍‌ଗୁଡ଼ିକରେ...

ପୁଞ୍ଚ୍‌ରେ ୩୫୦ ଫୁଟ୍‌ ତଳକୁ ଖସିଲା ସେନା ଗାଡ଼ି: ୫ ଯବାନଙ୍କ ମୃତ୍ୟୁ, ୩ ଆହତ…

ମେନ୍ଧର/ଜମ୍ମୁ,୨୪ା୧୨ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri