Categories: ଜାତୀୟ

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଶନିବାର ପାଖାପାଖି ୧୬ ଘଣ୍ଟା ଧରି ଚାଲିଛି । ଏହି ବୈଠକ ସକାଳ ପ୍ରାୟ ୧୦ଟାରୁ ଆରମ୍ଭ ହୋଇ ଶନିବାର-ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । କଥାବାର୍ତ୍ତା ସକରାତ୍ମକ ପରିବେଶରେ ହୋଇଥିବା କୁହାଯାଉଛି । ଏଲ୍‌ଏସିରେ ଚାଇନାର ମୋଲଡୋରେ ହୋଇଥିବା ଏହି ମାରାଥନ ବୈଠକରେ ପୋଙ୍ଗୟାଙ୍ଗ ହ୍ରଦ ନିକଟରୁ ସେନାଙ୍କୁ ହଟାଇବା ଲାଗି ଉଭୟ ଦେଶ ରାଜି ହୋଇଥିଲେ । ଏହାପରେ ଦୁଇ ଦେଶର କମାଣ୍ଡର ଲଦ୍ଦାଖର ୪ ଉତ୍ତେଜନାପୂର୍ଣ୍ଣ ସ୍ଥାନ ହେପସାଂଗ, ଗୋଗରା, ହଟ ସ୍ପ୍ରିଙ୍ଗ ଓ ହେମଚକରୁ ସେନାଙ୍କୁ ହଟାଇବାକୁ ନେଇ ରୋଡମ୍ୟାପ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଦୁଇ ଦେଶ ପୋଙ୍ଗୟାଙ୍ଗ ବ୍ୟତୀତ ଏସବୁ ଅଞ୍ଚଳରୁ ବି ସହମତି କ୍ରମରେ ସେନା ହଟାଇବା ପ୍ରକ୍ରିୟାରେ ରାଜି ହୋଇଛନ୍ତି ।

Share