ନୂଆଦିଲ୍ଲୀ,୮।୮: ଭାରତ-ଚାଇନା ମଧ୍ୟରେ ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ ଶନିବାର ଦୌଲତ ବେଗ ଓଲଡିରେ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଉଭୟ ଦେଶର ସେନା ବାସ୍ତବିକ ନିୟନ୍ତୟଣ ରେଖା(ଏଲ୍ଏସି)ରେ ମୁତୟନ ଥିବା ସେନାଙ୍କୁ ପଛକୁ ଯିବାକୁ ନେଇ ଆଲୋଚନା ହେବ ବୋଲି କୁହାଯାଉଛି। ଭାରତୀୟ ସେନା ସୂତ୍ରରୁ ଏହି ବିଶେଷ ସୂଚନା ମିଳିଛି। କିଛିଦିନ ହେବ ଭାରତ-ଚାଇନା ସୀମା ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଏହା ବେଳକୁ ବେଳ ଜଟିଳ ହେବାରେ ଲାଗିଛି।