ନୂଆଦିଲ୍ଲୀ,୫।୧: ଏସିଆ କ୍ରିକେଟ୍ ପରିଷଦ ଅଧ୍ୟକ୍ଷ ଜୟ ଶାହା ୨୦୨୩ ଏବଂ ୨୦୨୪ ହେବାକୁ ଥିବା ଟୁର୍ନାମେଣ୍ଟର ସୂଚୀ ଜାରି କରିଛନ୍ତି। ୨୦୨୩, ସେପ୍ଟେମ୍ବରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଅନ୍ୟ ଗ୍ରୁପ୍ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଅଛନ୍ତି। ଯଦିଓ ଏସିଆ କପ୍ ଆୟୋଜନ ଦାୟିତ୍ୱ ପାକିସ୍ତାନ ନିକଟରେ ଅଛି, କିନ୍ତୁ ବିସିସିଆଇ ମହାସଚିବ ଭାବେ ଜୟ ଶାହା ପୂର୍ବରୁ କହିସାରିଛନ୍ତି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ। ଏହାକୁ ନେଇ ପାକିସ୍ତାନ ମଧ୍ୟ ଆପତ୍ତି ଉଠାଇସାରିଛି।
ଏସିଆ କପ ଶେଷ ଥର ଟି-୨୦ ଫର୍ମାଟରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଏଥର ଫର୍ମାଟକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହା ଏହାର ମୂଳ ଫର୍ମାଟ (ଦିନିକିଆ)ରେ ଖେଳାଯିବ। ପ୍ରତିଯୋଗିତାର ୧୬ ତମ ସଂସ୍କରଣରେ ସୁପର ୪ ପର୍ଯ୍ୟାୟ ଏବଂ ଫାଇନାଲ ସମେତ ମୋଟ ୧୩ଟି ମ୍ୟାଚ ହେବ।
Presenting the @ACCMedia1 pathway structure & cricket calendars for 2023 & 2024! This signals our unparalleled efforts & passion to take this game to new heights. With cricketers across countries gearing up for spectacular performances, it promises to be a good time for cricket! pic.twitter.com/atzBO4XjIn
— Jay Shah (@JayShah) January 5, 2023