Categories: ଜାତୀୟ

ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ, ୨୩ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଛି। ଆମେରିକା ରାଜନୈତିକ ବ୍ୟାପାର ବିଭାଗ ଅନୁସଚିବ ଭିକ୍ଟୋରିଆ ନୁଲାଣ୍ଡ ସୋମବାର ନୂଆଦିଲ୍ଲୀରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ଭେଟି ଏ ବାବଦରେ କଥା ହୋଇଛନ୍ତି। ଏହାସହ ଦକ୍ଷିଣ ଏସିଆ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ଉପରେ ମଧ୍ୟ ଉଭୟେ ଆଲୋଚନା କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଆମେରିକା ଓ ଭାରତ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ।

Share