ଏବେ ୟୁଏଇରେ ମଧ୍ୟ ଚାଲିବ ୟୁପିଆଇ

ଦୁବାଇ,୧୬।୭: ଦ୍ୱିପାକ୍ଷିକ କାରବାର ଲାଗି ନିଜ ନିଜ ସ୍ଥାନୀୟ ମୁଦ୍ରାର ବ୍ୟବହାର ଉପରେ ଢାଞ୍ଚା ପ୍ରସ୍ତୁତ କରିବାକୁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶନିବାର ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ୟୁଏଇ ଇନ୍‌ଷ୍ଟାଣ୍ଟ ପେମେଣ୍ଟ ପ୍ଲାଟଫର୍ମ(ଆଇଆଇପି) ସହ ଭାରତର ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ସଂଯୋଗ ଉପରେ ଉଭୟ ଦେଶ ସହମତ ହୋଇଛନ୍ତି।

ତେବେ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଭାରତ ଏବଂ ୟୁଏଇ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିନାମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ୟୁଏଇର ସେଣ୍ଟ୍ରାଲ ବ୍ୟାଙ୍କ (ସିବିୟୁଏଏ)ର ଗଭର୍ଣ୍ଣର ଖାଲିଦ ମହମ୍ମଦ ବାଲାମା ସ୍ବାକ୍ଷର କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ର ବ୍ୟବହାର ଆରମ୍ଭ କରିବା ଉପରେ ସହମତି ପ୍ରକାଶ ପାଇବା ପରେୁ ୟୁଏଇରେ ମଧ୍ୟ ବ୍ୟବହାର ଉପରେ ସହମତି ପ୍ରକାଶ ପାଇଛି। ପେମେଣ୍ଟ ମେସେଜିଂ ସିଷ୍ଟମକୁ ଲିଙ୍କ କରିବାକୁ ଆରବିଆଇ ଏବଂ ସିବିୟୁଏଇ ରାଜି ହୋଇଛନ୍ତି।

Share