Categories: ଖେଳ

ମ୍ୟାଚ୍‌ ଜିତି ବି ଜରିମାନା ଗଣିଲା ଓ୍ବେଷ୍ଟଇଣ୍ଡିଜ, ବର୍ତ୍ତିଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜୟର ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତକୁ ବିଜୟ ଲାଗି ୧୫୦ ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ୨୦ ଓଭର ଖେଳିବା ସତ୍ତ୍ୱେ ଦଳ ଟାର୍ଗେଟ ପୂରଣ କରିପାରି ନ ଥିଲା। ଏବେ ପ୍ରଥମ ଟି୨୦ରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଉପରେ ଆକ୍ସନ ନେଇଛି ଆଇସିସି। ସ୍ଲୋ ଓଭର ରେଟ୍‌ ଲାଗି ଭାରତୀୟ ଟିମ୍‌ର ପାଉଣାର ୫% ଜରିମାନା ଲଗାଯାଇଛି। କେବଳ ଏତିକି ନୁହେଁ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟ ସ୍ଲୋ ଓଭର କରିଥିବାରୁ ମ୍ୟାଚ୍‌ ଫିସ୍‌ର ୧୦% ଜରିମାନା ଲଗାଯାଇଛି। ତେବେ ଭାରତ ନିର୍ଦ୍ଧାରିତ ସମୟରେ ଗୋଟିଏ ଏବଂ ଓ୍ବେଷ୍ଟଇଣ୍ଡିଜ ଦୁଇ ଓଭର କମ୍‌ ପକାଇଥିଲେ। ଏହାକୁ ନେଇ ଉଭୟ ଟିମ୍‌ ଏଭଳି ଦଣ୍ଡ ପାଇଥିବା ଜଣାପଡ଼ିଛି।

Share