Categories: ଖେଳ

ଐତିହାସିକ ହେବାକୁ ଯାଉଛି ଭାରତ – ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ, କାହିଁକି ଜାଣନ୍ତୁ…

ପୋର୍ଟ ଅଫ୍ ସ୍ପେନ୍, ୧୬। ୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଶେଷ ହୋଇଥିବା ବେଳେ ଆସନ୍ତା ୨୦ରେ ଦ୍ବିତୀୟ ଟେଷ୍ଟ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚକୁ ଜିତି ନେଇ ଭାରତ ୧-୦ରେ ଆଗୁଆ ଥିଲେ ହେଁ ୨ୟ ଟେଷ୍ଟ ସ୍ମରଣୀୟ ଏବଂ ଐତିହାସିକ ରହିବ।

କୁଇନ୍ସ ପାର୍କରେ ଖେଳାଯିବାକୁ ଥିବା ଏହି ମୁକାବିଲା ଦୁଇ ଦଳ ମଧ୍ୟରେ ୧୦୦ତମ ମୁକାବିଲା ହେବ। ୧୯୪୮ ନଭେମ୍ବର ୧୦ରେ ନୂଆଦିଲ୍ଲୀର ଫିରୋଜ ଶାହା କୋଟାଲା ମଇଦାନରେ ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚଟି ଡ୍ର ହୋଇଥିଲା।

ସେହିଭଳି ୩ୟ ଟିମ୍ ଭାବେ ଓ୍ବେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ୧୦୦ତମ ମ୍ୟାଚ ଖେଳିବ।

Share