Categories: ଖେଳ

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା, କିଏ କିଏ ସ୍ଥାନ ପାଇଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ସିରିଜ ଖେଳାଯିବ। ଏଥିପାଇଁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ ଟିମ ଇଣ୍ଡିଆ ଘୋଷଣା କରିଛି। ରୋହିତ ଶର୍ମା ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହେବେ। ୱେଷ୍ଟଇଣ୍ଡିଜ ଯାତ୍ରା ପାଇଁ ଟିମ ଇଣ୍ଡିଆ ଏକ ସନ୍ତୁଳିତ ଦଳ ଚୟନ କରିଛି । ଏଥିରେ ଅଭିଜ୍ଞ ଖେଳାଳିଙ୍କ ସହ ଯୁବ ଖେଳାଳିଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇଛି।

ଭାରତୀୟ ଦଳ ଋତୁରାଜ ଗାଇକୱାଡଙ୍କୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ ସାମିଲ କରିଛି। ଉପ-ଅଧିନାୟକ ଭାବରେ ଅଜିଙ୍କ୍ୟ ରାହାନେଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଦଳ ପୁଣି ଥରେ କେ.ଏସ ଭରତଙ୍କ ଉପରେ ବିଶ୍ୱାସ ରଖିଛି। ଯଶସ୍ବୀ ଜୈସୱାଲ ମଧ୍ୟ ଦଳର ଏକ ଅଂଶ। ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସୌନି ଏବଂ ଇଶାନ କିଶନଙ୍କୁ ସୁଯୋଗ ଦିଆଯାଇଛି। କିଶାନ ଏ ପର୍ଯ୍ୟନ୍ତ ତାଙ୍କର ଟେଷ୍ଟ ଡେବ୍ୟୁ କରିନାହାଁନ୍ତି। ଉଭୟ ଦିନିକିଆ ଏବଂ ଟେଷ୍ଟ ଦଳରେ ଇଶାନଙ୍କୁ ଚୟନ କରାଯାଇଛି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତେବେ ସିନିୟର ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ଟିମ୍‌ରେ ସୁଯୋଗ ମିଳି ନ ଥିବା ଜଣାପଡିଛି।

ଭାରତ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ବୀ ଜୈସୱାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ ଭରତ (ଉଇକେଟକିପର), ଇଶାନ କିଶାନ (ଉଇକେଟକିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସୌନି।

ଭାରତ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ (ଉଇକେଟକିପର), ଇଶାନ କିଶନ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ) ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର।

Share