Categories: ଜାତୀୟ

ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀବାସ୍ତବ ଏସିଆ ଡିଭିଜନ୍‌ର ମୁଖ୍ୟ ଥିଲେ। ଚାଇନା ସହିତ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଏଲ୍‌ଓସି ନିକଟରେ ସେନା ମୁତୟନ ନେଇ ନବୀନ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ବିନୟ ଓ୍ବାତ୍ରା ପୂର୍ବରୁ ସେ ଏହି ପଦଭାର ସମ୍ଭାଳିଥିଲେ। ଗତମାସରେ ବିନୟଙ୍କୁ କେନ୍ଦ୍ର ସରକାର ବର୍ହିବ୍ୟାପାର ସଚିବ ଦାୟିତ୍ୱ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିଥିଲେ। ନେପାଳ ପ୍ରଧାନ ମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା ସାଙ୍ଗକୁ ଦୁଇ ଦେଶ ମଧ୍ୟରେ ୬ଟି ଚୁକ୍ତି ସ୍ବାକ୍ଷରିତ କରିଥିଲେ।

Share