Categories: ଖେଳ

ବିଜୟଠାରୁ ମାତ୍ର ୮ ଉଇକେଟ୍‌ ଦୂରରେ ଭାରତ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଚତୁର୍ଥ ଦିନରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୩୬୫ ରନ ଟାର୍ଗେଟ୍‌ ଦେଇଥିଲା। ଏହା ପରେ ଦିନର ଖେଳ ଶେଷ ପର୍ଯ୍ୟନ୍ତ କାରିବିଆନ ଦଳ ୨ ଉଇକେଟ ପାଇଁ ୭୬ ରନ ସଂଗ୍ରହ କରିଛି। ବର୍ତ୍ତମାନ ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ୮ ଉଇକେଟ ଆବଶ୍ୟକ ଥିବାବେଳେ ୱେଷ୍ଟଇଣ୍ଡିଜକୁ ଜିତିବାକୁ ୨୮୯ ରନ କରିବାକୁ ପଡିବ।
ପ୍ରଥମ ଇନିଂସରେ ଭାରତ ୪୩୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ୨୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଟିମ ଇଣ୍ଡିଆ ୧୮୩ ରନ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ଦୁଇଟି ଉଇକେଟ ହରାଇ ୧୮୧ ରନ ସ୍କୋର କରି ଭାରତ ୩୬୪ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଏହିପରି ୱେଷ୍ଟଇଣ୍ଡିଜ ୩୬୫ ରନ ଲକ୍ଷ୍ୟ ହାସଲ କରିଥିଲା।