Categories: ଖେଳ

ମ୍ୟାଚ୍‌ ହାରୁହାରୁ ଅଳ୍ପକେ ରକ୍ଷା: ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର

ପ୍ୟାରିସ,୨୯।୭: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଖେଳାଯାଇଥିବା ହକି ପୁରୁଷ ପୁଲ-‘ବି’ର ଦ୍ୱାଦଶ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର ହୋଇଛି। ଫଳରେ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍‌ ହାରୁହାରୁ ଭାରତ ଅଳ୍ପକେ ରକ୍ଷା ପାଇଯାଇଛି। କମ୍‌ ମାନ୍ୟତା ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌ ଖେଳି ଟିମ୍‌ ଇଣ୍ଡିଆ ଦ୍ୱିତୀୟ କ୍ୱାର୍ଟରରେ ଗୋଲ ଦେବାରେ ସକ୍ଷମ ହୋଇଥିଲା।

ତେବେ ମ୍ୟାଚ୍‌ ୨ ମିନିଟରୁ କମ୍‌ ସମୟ ବାକି ଥିବା ବେଳେ ଅଧିନାୟକ ହରମାନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ। ଏହି ମ୍ୟାଚ୍‌ରେ ଭାରତକୁ ୧୦ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଟିମ୍‌ ଇଣ୍ଡିଆ କେବଳ ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା। ୨ଟି ମ୍ୟାଚ୍‌ରୁ ଭାରତ ୪ ପଏଣ୍ଟ ପାଇ ପୁଲ ବିରେ ତୃତୀୟ ସ୍ଥାନରେ ରହିଛି। ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆର୍ଜେଣ୍ଟିନା ଚତୁର୍ଥ ସ୍ଥାନରେ ରହିଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଭାରତ ପୁଲ ବିରେ ଟପ୍‌ ୪ରେ ରହିବାକୁ ପଡିବ।

Share