ନୂଆଦିଲ୍ଲୀ,୫।୬: ସୋମବାର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ବାଂଲାଦେଶୀ ପ୍ରତିପକ୍ଷ ଜେନେରାଲ ଏସଏମ ଶାଫିଉଦ୍ଦିନ ଅହମ୍ମଦଙ୍କୁ ଭେଟିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ନେଇ ବିସ୍ତାର ଆଲୋଚନା କରିଛନ୍ତି।
ସେନା ମୁଖ୍ୟ ଭାବେ ବାଂଲାଦେଶ ଗସ୍ତରେ ଜେନେରାଲ ମନୋଜ ପାଣ୍ଡେଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ। ସେ ଶୀର୍ଷ ପଦ ଗ୍ରହଣ କରିବା ପରେ ଗତ ବର୍ଷ ଜୁଲାଇରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ବାଂଲାଦେଶ ଯାଇଥିଲେ। ଜନ ସୂଚନା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପିଇ) ଏକ ଟୁଇଟ୍ରେ କହିଛନ୍ତି ଯେ ଜେନେରାଲ ମନୋଜ ପାଣ୍ଡେ ବାଂଲାଦେଶୀ ଆର୍ମି ମୁଖ୍ୟ ଜେନେରାଲ ଏସଏମ ଶାଫିଉଦ୍ଦିନ ଅହମ୍ମଦ ଏବଂ ପ୍ରିନ୍ସପାଲ ଷ୍ଟାଫ ଅଫିସର ଲେଫ୍ଟ ଜେନେରାଲ ୱାକର-ଉଜ-ଜମାନଙ୍କ ସହ ଆଲୋଚନା କରିଛନ୍ତି।