ସିଡ୍ନୀ : ଅଷ୍ଟ୍ରେଲିଆ ଟୁର୍ରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଗୁରୁବାର ସିଡ୍ନୀଠାରେ ପହଞ୍ଚତ୍ଛି। ସିରିଜ ଆରମ୍ଭ ପୂର୍ବରୁ ଦଳର ସମସ୍ତ ସଦସ୍ୟ ବାଧ୍ୟତାମୂଳକ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରହିବେ। ଦୁଇ ମାସିଆ ଟୁର୍ ଅବସରରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ନଭେମ୍ବର ୨୭ରୁ ଆରମ୍ଭ ହେବ। ଏହାଛଡ଼ା ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଏବଂ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଗୋଟିଏ ଟେଷ୍ଟ ମ୍ୟାଚ୍ ଦିବାରାତ୍ର ବିଶିଷ୍ଟ ହେବ। ଏହା ଆଡିଲେଡ୍ ଓଭାଲରେ ଖେଳାଯିବ। ଭାରତ ପ୍ରଥମ ଦିବାରାତ୍ର ଟେଷ୍ଟ ଅଭିଜ୍ଞତା ଲାଭ କରିବ। ସୀମିତ ଓଭର ସିରିଜରେ ଭାରତ ଏକ ନୂଆ ପ୍ରକାର ଜର୍ସି ବ୍ୟବହାର କରିବ। ୭୦ ଦଶକରେ ବ୍ୟବହାର ହେଉଥିବା ଜର୍ସିକୁ ଅନୁକରଣ କରାଯାଇ ଏହା ପ୍ରସ୍ତୁତ କରାଯାଇଛି। ଖେଳାଳିମାନେ କିଛିବର୍ଷ ହେଲା ବ୍ୟବହାର କରି ଆସୁଥିବା ବିବାଦୀୟ ସ୍କାଏ ବ୍ଲୁ ରଙ୍ଗ ପରିବର୍ତ୍ତେ ଏହା ନେଭି ବ୍ଲୁ କରାଯାଇଛି।