ନୂଆଦିଲ୍ଲୀ,୮ା୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ଶୁକ୍ରବାର ଭାରତ ଆସୁଛନ୍ତି। ଆଜି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବୈଠକ ପୂର୍ବରୁ ଭାରତ ଆମେରିକା ସରକାରଙ୍କୁ ୩୧ଟି ସଶସ୍ତ୍ର ଏମ୍କ୍ୟୁ୯ବି ରେପର୍ କିମ୍ବା ପ୍ରିଡେଟର-ବି ଡ୍ରୋନ୍ ଦାବି କରିଛି। ଏହି ଆର୍ଥିକ ବର୍ଷରେ ହଣ୍ଟର୍ ଡ୍ରୋନ୍ ବା କିଲର ଡ୍ରୋନ୍ ପାଇଁ ଚୂଡ଼ାନ୍ତ ଚୁକ୍ତିନାମା ସ୍ବାକ୍ଷର କରିବାକୁ ଭାରତ ଲକ୍ଷ୍ୟ ରଖିଛି।
ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ କିଛି ଦିନ ପୂର୍ବରୁ ୩୧ ହଣ୍ଟର ଡ୍ରୋନ୍ ପାଇଁ ଚିଠି ମାଧ୍ୟମରେ ଅନୁରୋଧ ପଠାଇଥିଲା। ବର୍ତ୍ତମାନ ବାଇଡେନ ପ୍ରଶାସନ ଏହାର ବୈଦେଶିକ ସାମରିକ ବିକ୍ରୟ (ଏଫ୍ଏମ୍ଏସ୍) କାର୍ଯ୍ୟକ୍ରମ ଅଧୀନରେ ଏକ ମାସ ମଧ୍ୟରେ ଆମେରିକାର କଂଗ୍ରେସକୁ ଏଲ୍ଓଏ (ଲେଟର ଅଫ ଆକସେପ୍ଟାନ୍ସ) ମୂଲ୍ୟ ସହିତ ଏହାର ଜବାବ ଦେବ। ଆଗାମୀ ୬-୭ ବର୍ଷ ମଧ୍ୟରେ ସଶସ୍ତ୍ର ବାହିନୀ ଡ୍ରୋନ୍ ଚଳାଇବାକୁ ପ୍ରସ୍ତୁତ ଅଛନ୍ତି। ଏହା ଜେନେରାଲ ଆଟୋମିକ୍ସ (ଜିଏ) ଦ୍ୱାରା ଭାରତରେ ଏକାଠି ହେବ। ଚାଇନାର ସଶସ୍ତ୍ର ଡ୍ରୋନ୍ ହଙ୍ଗ-୪ ଏବଂ ଓ୍ବିଙ୍ଗ୍ ଲୁଙ୍ଗ୍-୧ ଅପେକ୍ଷା ଏହା ଅଧିକ ଦକ୍ଷ। ଚାଇନା ଏହାକୁ ପାକିସ୍ତାନକୁ ମଧ୍ୟ ଯୋଗାଉଛି।