Posted inଜାତୀୟ

ପ୍ରମାଣ ମାଗିଲା ଭାରତ

ନୂଆଦିଲ୍ଲୀ,୬ା୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ପ୍ରମାଣ ଦେବାକୁ କାନାଡାରେ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମା ଓଟ୍ଟାଓ୍ବାକୁ କହିଛନ୍ତି। କାନାଡ଼ାସ୍‌ ଗ୍ଲୋବ୍‌ ଆଣ୍ଡ ମେଲ୍‌ ଖବରକାଗଜକୁ ଏକ ସାକ୍ଷାତକାର ଦେଇ ବର୍ମା କହିଛନ୍ତି, କାନାଡା ହତ୍ୟା ମାମଲାର ତଦନ୍ତରେ ଜାଲିଆତି କରିଥିବା ସେଠାର ଉଚ୍ଚସ୍ତରୀୟ ଅଧିକାରୀ ସର୍ବସାଧାରଣରେ ବିବୃତି ଦେଇଛନ୍ତି। ଯଦି ହତ୍ୟାରେ ଭାରତ ସମ୍ପୃକ୍ତ ତେବେ ପ୍ରମାଣ କାହିଁ? ତଦନ୍ତର ନିଷ୍କର୍ଷ କେଉଁଠି ବୋଲି ବର୍ମା ପ୍ରଶ୍ନ କରିଛନ୍ତି। ଗତ ଜୁଲାଇରେ କାନାଡାର ସୁରି ସହରରେ ଆତଙ୍କବାଦୀ ନିଜ୍ଜରଙ୍କୁ ହତ୍ୟା ଘଟଣାରେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ବୋଲି କାନାଡା ପ୍ରଧାନମନ୍ତ୍ରୀ ଅଷ୍ଟିନ୍‌ ଟ୍ରୁଡୋ ସେପ୍ଟେମ୍ବରରେ ଅଭିଯୋଗ ଆଣିବା ପରେ ଭାରତ-କାନାଡା ସମ୍ପର୍କ ଖରାପ ହୋଇଥିଲା। ଅଭିଯୋଗକୁ ଭିତ୍ତିହୀନ ଓ ମନଗଢ଼ା କହି ନୂଆଦିଲ୍ଲୀ ଏହାକୁ ଖଣ୍ଡନ କରିଆସିଛି। ଦୃଢ଼ ପ୍ରତିବାଦ ସତ୍ତ୍ୱେ କାନାଡା ଏପର୍ଯ୍ୟନ୍ତ ହତ୍ୟାରେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ କୌଣସି ନିର୍ଦ୍ଦିଷ୍ଟ କିମ୍ବା ଆନୁଷଙ୍ଗିକ ତଥ୍ୟ ଦେଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରେ ରୁହନ୍ତୁ ସାବଧାନ! ଏଥର ପଡିବ ପ୍ରବଳ ଥଣ୍ଡା

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି...

ଆଖିବୁଜିଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୧।୧୧: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବ୍ରୋଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।...

ମହାରାଷ୍ଟ୍ର ନିର୍ବାଚନ: ଅଖିଳେଶ-ଓୱାଇସିଙ୍କ ଭାଙ୍ଗିଲା ସ୍ବପ୍ନ, ପ୍ରି-ପୋଲ ସର୍ଭେ ହଜାଇଲା ନିଦ

ଦେଶ ନଜର ରଖିଛି। ଏହି ସମୟରେ ଏକ ପ୍ରି-ପୋଲ ସର୍ଭେ ବାହାରିଛି, ଯେଉଁଥିରେ ଏମଭିଏର ଏକ ବଡ଼ ସୁବିଧା ହେଉଥିବା ଜଣାପଡିଛି । ସର୍ଭେ ଅନୁଯାୟୀ,...

ତିରୁପତି ମନ୍ଦିରରେ ଏବେ କେବଳ କାମ କରିବେ ହିନ୍ଦୁ, ବି ଆର ନାଇଡୁଙ୍କ ନିର୍ଦ୍ଦେଶ

ଅମରାବତି,୧।୧୧: ତିରୁମାଲା ଆୟର୍ଲାଣ୍ଡ ଦେବସ୍ତାନାମ (ଟିଟିଆଇ) ବୋର୍ଡର ନୂଆ ଚେୟାରମ୍ୟାନ ଭାବେ ଏନ ବି ଆର ନାଇଡୁଙ୍କୁ ବଛା ଯାଇଛି। ବୋର୍ଡର ନୂତନ ଚେୟାରମ୍ୟାନ ହେବା...

ହେମନ୍ତ ସୋରେନଙ୍କ ବୟସକୁ ନେଇ ରାଜନୀତିରେ ଝଡ଼, ଭାଜପା ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧।୧୧: ମହାରାଷ୍ଟ୍ର ସହିତ ଝାଡ଼ଖଣ୍ଡରେ ଏକାଠି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ଜିତିବା ପାଇଁ ରାଜନୈତିକ ଦଳମାନେ ନିରନ୍ତର ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ...

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…

ନୂଆଦିଲ୍ଲୀ,୧ା୧୧: ଯେତେବେଳେ ସମଗ୍ର ଦେଶ ଦୀପାବଳି ମହୋତ୍ସବରେ ମାତିଥାନ୍ତି ସେତେବେଳେ ସରକାରୀ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ...

ରାଜଧାନୀ ଆକାଶ ହେଲା ଧୂଆଁମୟ

ନୂଆଦିଲ୍ଲୀ,୧ା୧୧: ଦୀପାବଳି ସରିବା ପରେ ରାଜଧାନୀ ଦିଲ୍ଲୀ ଆକାଶ ଏବେ ଧୂଆଁମୟ ହୋଇଯାଇଛି। ଏନ୍‌ସିଆରରେ ଥଣ୍ଡା ବର୍ତ୍ତମାନ ସୁଦ୍ଧା ପଡ଼ିନାହିଁ। ଲୋକମାନେ ଏପର୍ଯ୍ୟନ୍ତ ଏସି ଏବଂ...

ଧୁମଧାମରେ ପାଳନ ହେଲା ଦୀପାବଳି, ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଲା ଦେଶ

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପର୍ବ କେବଳ ଭାରତରେ ନୁହେଁ ଗୁରୁବାର ସାରା ବିଶ୍ୱରେ ପାଳନ କରାଯାଇଛି। ଏହି ସମୟରେ ଲୋକମାନେ ନିଜ ଘର, ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri