Posted inUncategorized

ଅଲିମ୍ପିକ୍ସରେ ଭାରତ

ନିର୍ବିବାଦରେ ଦେଶର ମହାନତମ ଏବଂ ସଫଳତମ କ୍ରୀଡାବିତ୍‌ର ମାନ୍ୟତା ପାଇଥିବା କିମ୍ବଦନ୍ତୀ ହକି ଖେଳାଳି ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କର ୧୧୮ ତମ ଜନ୍ମବାର୍ଷିକୀ ଅଗଷ୍ଟ ୨୯ ତାରିଖ ଦିନ ସାରା ଦେଶରେ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ ହେଉଛି। ଏହି ଅବସରରେ ଏହି ମହାନ୍‌ ହକି ଖେଳାଳିଙ୍କର ଅଲିମ୍ପିକ୍‌ କ୍ରୀଡ଼ାରେ ଅନ୍ଧବିଶ୍ୱସନୀୟ କୀର୍ତ୍ତି ଓ କୃତୀକୁ ମନେପକାଇ ସାମ୍ପ୍ରତିକ ପରିସ୍ଥିତିରେ ଆମ ଦେଶର କ୍ରୀଡ଼ାବିତ୍‌ମାନଙ୍କର ପୂର୍ବ ପ୍ରଦର୍ଶନ ଏବଂ ଆସନ୍ତା ବର୍ଷ ୨୦୨୪ରେ ପ୍ୟାରିସଠାରେ ହେବାକୁ ଯାଉଥିବା ୩୩ତମ ଅଲିମ୍ପିକ୍‌ କ୍ରୀଡ଼ାରେ ପଦକ ଜିତିବା ସମ୍ଭାବନା ଉପରେ ସମ୍ୟକ୍‌ ଆଲୋଚନା ପ୍ରାସଙ୍ଗିକ ମନେହୁଏ।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ କ୍ରୀଡ଼ା ବିଶେଷ ଭାବେ ଭାରତୀୟ ହକିର ସୁବର୍ଣ୍ଣ ଯୁଗର (୧୯୨୮ ରୁ ୧୯୬୪) ମହାନାୟକ ଥିଲେ ସ୍ବର୍ଗତ ଧ୍ୟାନଚାନ୍ଦମ୍‌। ୩ଟି ଅଲିମ୍ପିକ୍‌ (୧୯୨୮ ଆମ୍‌ଷ୍ଟରଡାମ, ୧୯୩୨ – ଲସଏଞ୍ଜେଲ୍ସ୍‌, ୧୯୩୬ – ବର୍ଲିନ୍‌)ରେ ଭାରତୀୟ ହକି ଦଳକୁ ସ୍ବର୍ଣ୍ଣ ପଦକ ଜିତେଇବାରେ ଧ୍ୟାନଚାନ୍ଦ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅଲିମ୍ପିକ୍‌ କ୍ରୀଡ଼ା ଇତିହାସରେ ଦଳଗତ କ୍ରୀଡ଼ାରେ ଯୁକ୍ତରାଷ୍ଟ୍ର ଆମେରିକାର ପୁରୁଷ ବାସ୍କେଟବଲ ଦଳ ସମୁଦାୟ ୧୬ ଥର ସ୍ବର୍ଣ୍ଣ ପଦକ ଜିତି ସଫଳତମ ଦଳ ଭାବେ ବିବେଚିତ ହେଉଛି। ଏହା ପଛକୁ ଭାରତୀୟ ପୁରୁଷ ହକି ଦଳ ସମୁଦାୟ ୮ ଥର ସ୍ବର୍ଣ୍ଣ ପଦକ ଜିତି ଦ୍ୱିତୀୟ ସଫଳତମ ଦଳଭାବେ ମାନ୍ୟତା ପାଇଛି।
ଆସନ୍ତାବର୍ଷ ଜାତୀୟ କ୍ରୀଡ଼ା ଦିବସ ପାଳନ ହେଲାବେଳକୁ ପ୍ୟାରିସ ଅଲିମ୍ପିକ୍‌ ସମାପ୍ତ ହେବାର ୧୫ ଦିନ ବିତି ଯାଇଥିବ। ଆମ ଦେଶରୁ କ୍ରୀଡାବିତ୍‌ମାନେ କେତେ ସଫଳ ହେଲେ ତାହା ସ୍ପଷ୍ଟ ହୋଇ ସାରିଥିବ। ଗତ ୩ଟି ଅଲିମ୍ପିକ୍ସରେ ଆମର କ୍ରୀଡ଼ାବିତ୍‌ଙ୍କର ପ୍ରଦର୍ଶନ ଥିଲା ଏହିପରି ୨୦୧୨- ଲଣ୍ଡନ: ପଦକ – ୬, (ରୌପ୍ୟ – ୨, ବ୍ରୋଞ୍ଜ୍‌ – ୪), ୨୦୧୬-ରିଓ: ପଦକ- ୨ (ରୌପ୍ୟ-୧, ବ୍ରୋଞ୍ଜ-୧), ୨୦୨୦-୨୧ ଟୋକିଓ: ପଦକ ୭ (ସ୍ବର୍ଣ୍ଣ-୧, ରୌପ୍ୟ-୨, ବ୍ରୋଞ୍ଜ୍‌-୪), ଅଲିମ୍ପିକ୍ସ କ୍ରୀଡ଼ା ଇତିହାସରେ ଟୋକିଓ କ୍ରୀଡ଼ାରେ ଆମ କ୍ରୀଡ଼ାବିତଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ସର୍ବାଧିକ ରୋମାଞ୍ଚ ଆଣିଥିଲା ଜାଭେଲିନ୍‌ ଥ୍ରୋରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ହାସଲ ଏବଂ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଜ ପଦକ ହାସଲ।
ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ାର ୧୨୪ ବର୍ଷ ଇତିହାସରେ ଯେଉଁ କ୍ରୀଡ଼ା ମହାଶକ୍ତି ଦେଶଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି ତା’ ସହିତ ତୁଳନା କଲେ ବିଗତ ୨୭ଟି ଅଲିମ୍ପିକ କ୍ରୀଡ଼ାରେ ଭାରତର ପ୍ରଦର୍ଶନ (ଜନସଂଖ୍ୟା-୧୩୯ କୋଟି, ମେଡାଲ୍ସ: ସ୍ବର୍ଣ୍ଣ-୧୦, ରୌପ୍ୟ-୯, ବ୍ରୋଞ୍ଜ- ୧୬, ସମୁଦାୟ-୩୫) ଉତ୍ସାହଜନକ ମନେହୁଏ ନାହିଁ।
ଗତ ଟୋକିଓ ଅଲିମ୍ପିକ୍ସରେ ଆମର କ୍ରୀଡ଼ାବିତ୍‌ମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ଗୋଟିଏ ସ୍ବର୍ଣ୍ଣ ସହ ୭ଟି ପଦକ ଜିତିବାରୁ ଭାରତ ୪୮ତମ ସ୍ଥାନରେ (ଗତ ୪ ଦଶନ୍ଧିରେ ଶ୍ରେଷ୍ଠ ସ୍ଥାନ)ରେ ରହିଥିଲା। ଭାରତୀୟ ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଆଥ୍‌ଲେଟିକ୍ସ ଇଭେଣ୍ଟରୁ ଦେଶ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତି ନିଆରା କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। (ଏହା ପୂର୍ବରୁ କେବଳ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ୨୦୦୮ ବେଜିଂ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲେ)।
ବର୍ତ୍ତମାନର ଆହ୍ବାନ ହେଉଛି କିପରି ବିଗତ ବର୍ଷମାନଙ୍କର ସୀମିତ ସଫଳତାକୁ ଅତିକ୍ରମ କରି ଭାରତ ବିଶ୍ୱରେ ଏକ କ୍ରୀଡ଼ାଶକ୍ତି ଭାବେ ପ୍ରତିଷ୍ଠାଲାଭ କରିବ। ଏପରି ସ୍ଥିତିକୁ ବିଚାରକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଯୁବପିଢ଼ିଙ୍କୁ କ୍ରୀଡ଼ାପ୍ରତି ଆକୃଷ୍ଟ କରିବା ପାଇଁ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଟପ୍‌ (ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ) ଯୋଜନା ମାଧ୍ୟମରେ ପ୍ରତିଭାବାନ ଏବଂ ପଦକ ଆଶାୟୀ କ୍ରୀଡ଼ାବିତ୍‌ମାନଙ୍କୁ ବିଦେଶରେ ପ୍ରଶିକ୍ଷଣ ଏବଂ ପର୍ଯ୍ୟାପ୍ତ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ପୂର୍ବତନ ଅଲିମ୍ପିଆନ୍‌ ଏବଂ ପ୍ରସିଦ୍ଧ କ୍ରୀଡ଼ାବିତମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଅଲିମ୍ପିକ୍‌ ଗୋଲ୍ଡ କ୍ୱେଷ୍ଟ’, ‘ଗନ ଫରଗ୍ଲୋରି’, ‘ପି.ଟି. ଉଷା ଆଥ୍‌ଲେଟିକ୍ସ ଏକାଡେମୀ’ ଭଳି ପ୍ରଶିକ୍ଷଣ କେନ୍ଦ୍ର/ ଏକାଡେମୀମାନଙ୍କୁ ସରକାର ସହାୟତା ପ୍ରଦାନ କରୁଛନ୍ତି। ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପାନୁଷ୍ଠାନମାନଙ୍କ ସହିତ ସହଭାଗିତାରେ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଚୟନ ଏବଂ ଆଧୁନିକ ପ୍ରଶିକ୍ଷଣ ସୁବିଧା ଉପଲବ୍ଧ ହେଉଛି।
ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍‌ ପାଇଁ ଆମ କ୍ରୀଡ଼ାବିତ୍‌ମାନେ ଜୋର୍‌ଦାର ପ୍ରସ୍ତୁତି ଜାରି ରଖିଛନ୍ତି। ପଦକ ସମ୍ଭାବନା ଥିବା କ୍ରୀଡ଼ା ଶୃଙ୍ଖଳାଗୁଡ଼ିକ ମଧ୍ୟରୁ ତୀରନ୍ଦାଜୀ, କୁସ୍ତି, ବନ୍ଧୁକ ଚାଳନା, ଭାରୋତ୍ତୋଳନ, ପୁରୁଷ ହକି, ବ୍ୟାଡ୍‌ମିଣ୍ଟନ ଏବଂ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ବିଶେଷ ଧ୍ୟାନ ଦିଆଯାଉଛି।
ଓ ବିଶ୍ୱାସ ଆମର କ୍ରୀଡ଼ାବିତ୍‌ମାନେ ପୂର୍ବ ପ୍ରଦର୍ଶନରେ ଉନ୍ନତି ଆଣି ପ୍ୟାରିସ୍‌-୨୦୨୪ ଅଲିମ୍ପିକ୍ସରେ ଉତ୍ସାହଜନକ ପ୍ରଦର୍ଶନ କରି ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିବେ। ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ ଅବସରରେ ଏହା ହେଉଛି ସବୁଠାରୁ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri