Categories: ଖେଳ

ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…

ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ ବଡ଼ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲା। ଯେଉଁଥିପାଇଁ ଦଳ ଅଷ୍ଟ୍ରେଲିଆକୁ ଅତି ସହଜରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲା।

ପ୍ରଥମ ମ୍ୟାଚରେ ରବିନ୍ଦ୍ର ଜାଡେଜା, ଅଶ୍ୱିନ, ଅକ୍ଷର ପଟେଲ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ମ୍ୟାଚ ଫେବୃଆରୀ ୧୭ ଶୁକ୍ରବାରଠାରୁ ଦିଲ୍ଲୀରେ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ବିରାଟ କୋହଲି ଆଖି ଦୃଶିଆ ବ୍ୟାଟିଂ କରି ନ ଥିଲେ। ଏବେ ପ୍ରଶଂସକ ଆଶା କରୁଛନ୍ତି ଯେ ବିରାଟ କୋହଲି ତାଙ୍କ କମାଲ ଦେଖାଇବେ।
ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପରେ ଟିମ୍‌ ଥଣ୍ଡିଆର ମନୋବଳ ଦୃଢ଼ ହୋଇଛି। ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ପାଇଁ ଦଳ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି।

Share