Categories: ଖେଳ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସ୍କୋର ୭୫/୨

ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନରେ ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସ୍କୋର ୭୫/୨ ରହିଛି। ଅଧିନାୟକ ଷ୍ଟିଭ ସ୍ମିଥ ୨ ଏବଂ ଉସମାନ ଖ୍ବାଜା ୨୭ ରନ କରି ଖେଳୁଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଏବଂ ମହମ୍ମଦ ଶାମି ଭାରତ ପାଇଁ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଟ୍ରେଭିଟ ହେଡ ୩୨ ଏବଂ ଶାମି ମାର୍ନସ ଲାବୁଶେନ ତିନି ରନ ସ୍କୋର କରି ଆଉଟ୍‌ ହୋଇଛନ୍ତି।

Share